ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଇକୋଲୋଜିରେ କ୍ୟାରିୟର୍‌ : ଯେଉଁଠି ପ୍ରତିଯୋଗିତା କମ୍‌, ରୋଜଗାର ଅଧିକ….

ଆଜିକାଲିର ଯୁବପିଢ଼ି ଚାହୁଁଛନ୍ତି ଯେ, ସେମାନେ ଏମିତି ଏକ କ୍ଷେତ୍ରରେ କ୍ୟାରିୟର୍‌ କରିବେ, ଯେଉଁଠି ପ୍ରତିଯୋଗିତା କମ୍‌ ଥିବ ଏବଂ ରୋଜଗାର ଅଧିକ ଥିବ। ନୂତନ ସମ୍ଭାବନା ମଧ୍ୟ ଥିବ। ଏଭଳି ମନୋଭାବ ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ମାଇକୋଲୋଜି ଏକ ଭଲ କ୍ୟାରିୟର୍‌ ହୋଇପାରିବ। ମାଇକୋଲୋଜି ହେଉଛି କବକ ବା ଫଙ୍ଗସ୍‌ ଉପରେ ଅଧ୍ୟୟନ। ଏହା ଜୀବ ବିଜ୍ଞାନ ପାଠ୍ୟକ୍ରମର ଏକ ଅଂଶବିଶେଷ। ମାଇକୋଲୋଜି ପାଠ୍ୟକ୍ରମରେ କବକ ଗୁଡ଼ିକର ଜେନେଟିକ୍‌ ଏବଂ ବାୟୋକେମିକାଲ୍‌ ପ୍ରପଟିଜ୍‌, କବକର ବର୍ଗୀକରଣ ଏବଂ ମନୁଷ୍ୟ ସମାଜ ପାଇଁ ତା’ର ଉପଯୋଗ କିଭଳି ହୋଇପାରିବ, ସେ ଗୁଣଗୁଡ଼ିକର ଅଧ୍ୟୟନ କରାଯାଏ। ଏଥିରେ କ୍ୟାରିୟର୍‌ କରିଥିବା ଛାତ୍ରଛାତ୍ରୀଙ୍କୁ ମାଇକୋଲଜିଷ୍ଟ ବୋଲି କୁହାଯାଏ।

ଶିକ୍ଷାଗତ ଯୋଗ୍ୟତା

ମାଇକୋଲୋଜିରେ କ୍ୟାରିୟର୍‌ କରିବା ପାଇଁ ତିନୋଟି ବିଭାଗ ରହିଛି। ବ୍ୟାଚଲର୍‌ କୋର୍ସ, ମାଷ୍ଟର୍‌ କୋର୍ସ ଓ ଡକ୍ଟରେଟ୍‌ କୋର୍ସ। ଏଥିପାଇଁ ବିଜ୍ଞାନ ପାଠ୍ୟକ୍ରମ ସହିତ ସ୍ନାତକ ଉତ୍ତୀର୍ଣ୍ଣ ହେବା ଜରୁରି। ଏଥିରେ ଜୀବ ବିଜ୍ଞାନ ମୁଖ୍ୟ ବିଷୟବସ୍ତୁ ଥିବା ଆବଶ୍ୟକ। ମାଷ୍ଟର୍‌ ଡିଗ୍ରୀ କରିବାକୁ ହେଲେ ବନସ୍ପତି ବିଜ୍ଞାନ କିମ୍ବା ଉଦ୍ଭିଦ ବିଜ୍ଞାନରେ ସ୍ନାତକ ପାସ୍‌ କରିଥିବା ଉଚିତ। ଏହାପରେ ଜୀବ ବିଜ୍ଞାନ, ସୂକ୍ଷ୍ମ ଜୀବ ବିଜ୍ଞାନ ଏବଂ ଜୈବ ରସାୟନ ଆଦିରେ ବିେଶଷ ପାଠ୍ୟକ୍ରମ ପୂରଣ କରିବାକୁ ହୁଏ। ପ୍ଲାଣ୍ଟ୍‌ ପାଥୋଲୋଜି, ପ୍ଲାଣ୍ଟ୍‌ ମାଇକ୍ରୋବ୍‌ ବାୟୋଲୋଜି, ଫରେଷ୍ଟ ହେଲ୍‌ଥ, ବାୟୋଡାଇଭର୍ସିଟି, ମାଷ୍ଟର୍‌ ଅଫ୍ ପ୍ରଫେସନାଲ୍‌ ଷ୍ଟଡିଜ୍‌ ଇନ୍‌ ଫରେଷ୍ଟ, ଇମ୍ୟୁନୋଲୋଜି ଅଫ୍ ଇନ୍‌ଫେକ୍‌ଟିୟସ୍‌ ଡିଜିଜ୍‌ ଟ୍ରପିକାଲ୍‌ ମେଡିସିନ୍‌, ପଙ୍ଗାଲ୍‌ ଇମ୍ୟୁନିଲୋଜ, ମଲେକ୍ୟୁଲର୍‌ ମାଇକ୍ରୋବାୟୋଲୋଜି ଆଣ୍ଡ୍‌ ଇମ୍ୟୁନୋଲୋଜି, ଟକ୍ସିକୋଲୋଜି, ଫୁଡ୍‌ ସାଇନ୍ସ ଆର୍‌କିଟିକ୍‌ ମାଇକୋଲୋଜି ଏବଂ ପିଏଚ୍‌ଡି ଇନ୍‌ ମେଡିକାଲ୍‌ ମାଇକୋଲୋଜି ଆଦିରେ ପାଠ୍ୟକ୍ରମ ସମାପ୍ତ କରିବାକୁ ହୋଇଥାଏ। ବିଦେଶରେ ମଧ୍ୟ ଏ ସମ୍ପର୍କିତ ପାଠ୍ୟକ୍ରମ ଶେଷ କରିପାରିବେ।

କେଉଁ କ୍ଷେତ୍ରରେ ରହିଛି ଚାକିରି

କବକ ଦ୍ବାରା ଔଷଧ ପ୍ରସ୍ତୁତି, ଫୁଡ୍‌ ଇଣ୍ଡଷ୍ଟ୍ରୀ, ପ୍ଲାଷ୍ଟିକ୍‌ ଆବର୍ଜନା ସମସ୍ୟାର ସମାଧାନ ପାଇଁ କବକଗୁଡ଼ିକ ଉପରେ ଗବେଷଣା ଆଦି କ୍ଷେତ୍ରରେ ରୋଜଗାରର ସମ୍ଭାବନା ରହିଛି। ରିସର୍ଚ୍ଚ ସାଇଣ୍ଟିଷ୍ଟ, ମାଇକ୍ରୋବାୟୋଲଜିଷ୍ଟ୍‌ ସୁପର୍‌ ଭାଇଜର୍‌, ପ୍ଲାଣ୍ଟ୍‌ ପାଥୋଲଜିଷ୍ଟ, କ୍ଲିନିକାଲ୍‌ ଲାବ୍ରୋଟରୀ ସାଇଣ୍ଟିଷ୍ଟ୍‌, ମାଇକ୍ରୋବାୟୋଲଜିଷ୍ଟ୍‌ ଭେଟେନାରୀ ଅଫିସର୍‌, ପବ୍ଲିକ୍‌ ହେଲ୍‌ଥ ମାଇକୋଲୋଜିଷ୍ଟ ଆଦି ପଦବୀ ପାଇଁ ଦକ୍ଷ ମାଇକୋଲୋଜିଷ୍ଟମାନଙ୍କର ଆବଶ୍ୟକତା ରହିଛି। ବିଦେଶରେ ମଧ୍ୟ ଏ ସମ୍ପର୍କିତ ଭଲ ଚାକିରି ସୁଯୋଗ ଅଛି।

ରୋଜଗାର

ଅଧିକ ପଢନ୍ତୁ

ପ୍ରଥମ ପର୍ଯ୍ୟାୟରେ ଦକ୍ଷତା ଏବଂ ପାଠ୍ୟକ୍ରମ ଅନୁଯାୟୀ ଜଣେ ମାଇକୋଲଜିଷ୍ଟ ଭାବେ ବାର୍ଷିକ ୪ରୁ ୫ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ଦକ୍ଷତା ଭିତ୍ତିରେ ପ୍ଳାଣ୍ଟ୍‌ ବାୟୋକେମିଷ୍ଟ ଏବଂ ମର୍ଫୋଲଜିଷ୍ଟମାନଙ୍କୁ ବାର୍ଷିକ ୩ରୁ ୫ଲକ୍ଷ ଟଙ୍କା ମିଳୁଥିବାେବଳେ ପ୍ଲାଣ୍ଟ୍‌ ଫିଜିଓଲଜିଷ୍ଟ୍‌ଙ୍କୁ ୬ରୁ ୧୦ ଲକ୍ଷ ଟଙ୍କା ମିଳିଥାଏ। ସରକାରୀ ଓ ବେସରକାରୀ କ୍ଷେତ୍ର ଏବଂ ବିଦେଶରେ ରୋଜଗାରର କ୍ଷମତା ଭିନ୍ନ ହୋଇଥାଏ।

ପ୍ରମୁଖ ସଂସ୍ଥାନ

ଭାରତରେ ମାଇକୋଲୋଜି ପାଠ୍ୟକ୍ରମ ପାଇଁ ରାମଜସ୍‌ କଲେଜ – ଦିଲ୍ଲୀ, ହଂସରାଜ କଲେଜ – ଦିଲ୍ଲୀ, ଜୈନ୍ ବିଶ୍ବବିଦ୍ୟାଳୟ – ବେଙ୍ଗାଲୁରୁ, ସେଣ୍ଟ୍‌ ଜାଭିୟର୍‌ କଲେଜ – କୋଲକାତା ଏବଂ ଜୟହିନ୍ଦ୍‌ କଲେଜ- ମୁମ୍ବାଇ ଆଦି ରହିଥିବାବେଳେ ବିଦେଶର କେତୋଟି ଶିକ୍ଷାନୁଷ୍ଠାନ ହେଉଛି – ମିଚିଗାନ୍‌ ଷ୍ଟେଟ୍‌ ବିଶ୍ବବିଦ୍ୟାଳୟ – ଆମେରିକା, ମେନିଟୋଭା ବିଶ୍ବିଦ୍ୟାଳୟ – କାନାଡ଼ା ଏବଂ ଏକ୍ଓେଷ୍ଟର୍‌ ବିଶ୍ବବିଦ୍ୟାଳୟ – ୟୁକେ ଇତ୍ୟାଦି।

Leave A Reply

Your email address will not be published.