ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିନା ଡେବିଟ କାର୍ଡରେ ଏଟିଏମରୁ ଟଙ୍କା ଉଠାଇ ପାରିବେ ଗ୍ରାହକ

ନୂଆଦିଲ୍ଲୀ: ଏଣିକି ବିନା ଏଟିଏମ କାର୍ଡରେ କୌଣସି ବି ଏଟିଏମରୁ ଗ୍ରାହକମାନେ ଟଙ୍କା ଉଠାଇ ପାରିବେ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।  ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଏବେ ବିନା ଡେବିଟ କାର୍ଡରେ ଏଟିଏମରୁ ଗ୍ରାହକମାନେ ଟଙ୍କା ଉଠାଇ ପାରିବେ । ଏହି ସୁବିଧା ପୂର୍ବର କିଛି ବ୍ୟାଙ୍କକୁ ମିଳିଥିବା ବେଳେ ଏବେ ଏହା ସମସ୍ତ ବ୍ୟାଙ୍କ କ୍ଷେତ୍ରରେ ଲାଗୁହେବ । ଏହା ୟୁପିଆଇ ସହାୟତାରେ ହୋଇପାରିବ ବୋଲି ସେ କହିଛନ୍ତି । ଏଭଳି କରିବା ଦ୍ୱାରା ଏଟିଏମ କାର୍ଡ ମାଧ୍ୟମରେ ହେଉଥିବା ଠକେଇ ରୋକାଯାଇ ପାରିବ ।

ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଥମ ମୁଦ୍ରା ନୀତି ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ। ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି । ଲଗାତର ଏକାଦଶ ଥର ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ୍ । ରେପୋ ରେଟ୍ ୪ ପ୍ରତିଶତରେ ସୀମିତ ରଖାଯାଇଥିବା ବେଳେ ରିଭର୍ସ ରେପୋ ରେଟ୍ ୩ ଦଶମିକ ୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।

ମୁଦ୍ରା ନୀତି ଘୋଷଣା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧର ପ୍ରଭାବ ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିବା ଆଶଙ୍କା ରହିଛି । ତେବେ ବିଦେଶୀ ମୁଦ୍ରା ଭଣ୍ଡାରର ସ୍ଥିତି ଭଲ ଥିବାରୁ ଭାରତୀୟ ଅର୍ଥବ୍ୟବସ୍ଥା ସନ୍ତୋଷଜନକ ସ୍ଥିତିରେ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି ।

Leave A Reply

Your email address will not be published.