ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ବିନା ଚାଳକରେ ଅଧ କିଲୋମିଟର ଗଡ଼ିଲା କାର୍‍

ଭୁବନେଶ୍ୱର: ବିନାଚାଳକରେ ପ୍ରାୟ ଅଧକିଲୋମିଟର ପର୍ଯ୍ୟନ୍ତ ଗଡ଼ିଲା କାର୍‍। ଆଉ ମାର୍କେଟ୍‍ ବିଲ୍ଡିଂ ସାମ୍‍ନାରୁ ଯାଇ ରାଜମହଲ ଛକରେ ପହଞ୍ଚିଗଲା। ସେଠାରେ ଆଉ ଗୋଟିଏ କାର୍‍କୁ ଯାଇ ପଛରୁ ଧକ୍କା ଦେଇଛି। ଗତକାଲି ଅପରାହ୍ଣରେ ରାଜମହଲ ଛକରେ ଏଭଳି ଘଟଣା ଘଟିଛି। ସୂଚନା ଅନୁଯାୟୀ ଗତକାଲି ମାର୍କେଟ୍‍ ବିଲ୍ଡିଂର ପେଟ୍ରୋଲ ପମ୍ପ ନିକଟରେ କାର୍‍ଟି ପାର୍କିଂ କରାଯାଇଥିଲା। ଅସାବଧାନତାବଶତଃ ଗାଡ଼ିଟି ଆଗକୁ ମାଡ଼ି ଯାଇଥିଲା। ଆଉ ସେଠାରୁ ପ୍ରାୟ ଅଧକିଲୋମିଟର ଯିବା ପରେ ରାଜମହଲ ଛକରେ ଯାଉଥିବା ଏକ କାର୍‍କୁ ଧକ୍କା ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ଦୌଡ଼ି ଆସି ଦେଖିଲା ବେଳକୁ ଉକ୍ତ କାର୍‍ ରେ କେହି ନ ଥିଲେ। ଆଉ ବିନାଚାଳକରେ କାର୍‍ଟି ଗଡ଼ିଥିଲା। କିଛି ସମୟରେ ପରେ କାରଚାଳକ ଜଣକ ଆସି ଗାଡ଼ିଟି ତାଙ୍କର ବୋଲି ଚିହ୍ନଟ କରିଥିଲେ। ଗାଡ଼ି କ୍ଷତି ହୋଇଥିବା ବାବଦକୁ କିଛି ଟଙ୍କା ମାଗିବାରୁ ସେଠାରେ ଉତ୍ତେଜନା ଲାଗିଥିଲା। ତେବେ ପୁଲିସ ପହଞ୍ଚି ଗାଡ଼ିକୁ ଜବତକରି ତଦନ୍ତ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.