ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସାମ୍ଯ ହରାଇ ଗଛରେ ପିଟିହେଲା କାର୍: ୬ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ୧୪୯ନମ୍ବର ଜାତୀୟ ରାଜପଥ ଝିମିରିପାଲି ଛକ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ୬ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ୯ ବର୍ଷର ପିଲା ସହିତ ୨ ଜଣ ମହିଳା ଓ ୩ ଜଣ ପୁରୁଷ ଅଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳେ ଫୁଲବାଣୀରୁ ଏକ ପରିବାର କାର୍ ଯୋଗେ ଘଟଗାଁ ମା’ ତାରୀଣିଙ୍କ ଦର୍ଶନ କରିବା ପାଇଁ ଯାଉଥିଲେ। ଝିମିରିପାଲି ଛକ ନିକଟରେ କାରର ଆଗ ଚକ ହଠାତ୍ ଫାଟିଯାଇଥିଲା। ଫଳରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା। ଖବର ପାଇ ପାଲଲହଡ଼ା ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପୁଲିସ କାରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.