ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସ୍ୟାମ ହରାଇ ପାଣି ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଲା କାର୍ : ଜଣେ ମୃତ, ୨ ଜଣ ଗୁରୁତର

ଭଦ୍ରକ : ରାସ୍ତା କଡରେ ଛିଡା ହୋଇଥିବା ପାଣି ଟ୍ୟାଙ୍କର ପଛପଟୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ଜଳେଶ୍ବର ଅଞ୍ଚଳର ମହାରାଣୀ ପ୍ରଧାନ । ୧୬ ନଂ ଜାତୀୟ ରାଜପଥ ଚରମ୍ପା ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଚରମ୍ପା ନିକଟରେ ରାସ୍ତା କଡରେ ପାଣି ଟ୍ୟାଙ୍କର ଟି ଛିଡା ହୋଇଥିଲା। ଏହି ସମୟରେ ଭୁବନେଶ୍ୱର ଆଡୁ ଏକ କାର ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସ୍ୟାମ ହରାଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟିବା ପରେ କାରର ସମ୍ମୁଖ ଭାଗ ଟ୍ରକ ଭିତରକୁ ପଶି ଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି କାର ମଧ୍ୟରେ ଥିବା ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ସେତେବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ରହିଥିଲେ। ଅଗ୍ନିଶମ ବାହିନୀର ଦୀର୍ଘ ସମୟ ଅକ୍ଲାନ୍ତ ଚେଷ୍ଟା ପରେ କାର ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଜଣଙ୍କର ମୃତ ହୋଇଥିଲା।  ଗୁରୁତର ମାନେ ଜଳେଶ୍ୱର ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ଏମାନେ ଭୁବନେଶ୍ୱରରୁ ଜଳେଶ୍ୱରକୁ ଫେରୁଥିଲା ବେଳେ ଦୁର୍ଘଟଣା ଘଟିଥିଲା।

Leave A Reply

Your email address will not be published.