ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ୍ୟା ପାଣିରେ ଭାସିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪ ଜଣ

ଆଠଗଡ଼: ବନ୍ୟାଜଳରେ ଭାସିଗଲା କାର୍। ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ। ପୁରୁଣାକଟକ-ସମ୍ବଲପୁର ରାସ୍ତା ନିଧିପୁରଗଡ଼ାରେ ଯାଉଥିବା ବେଳେ କାର୍‌ଟି ଭାସିଯାଇଥିଲା। ଦୀର୍ଘ ୪ ଘଣ୍ଟା ପାଣିରେ ଫସିବା ପରେ ବିଳମ୍ବିତ ରାତିରେ ୪ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କଲେ ସ୍ଥାନୀୟ ଲୋକ ଓ ଅଗ୍ନିଶମବାହିନୀ। ଆଠଗଡ ଘଣ୍ଟିଖାଲରାସ୍ତା ନଈ ମୁଁହ ପାଖରେ ଅଜାଣତରେ କାର୍ ପୁରାଇ ଭାସିଯାଇଥିଲେ ୪ ଜଣ ବ୍ୟକ୍ତି । ପାଣିର ସ୍ରୋତ ପ୍ରଖର ଥିବାରୁ ହଠାତ୍ ଭାରସାମ୍ୟ ହରାଇ କାରଟି ଭାସିଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ମହାନଦୀ ଜଳସ୍ତର ବଢୁଥିବାରୁ ଆଠଗଡ଼ ଅଞ୍ଚଳର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଏକ ପ୍ରକାର ଠପ୍‌ ହୋଇଯାଇଛି।

Leave A Reply

Your email address will not be published.