ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଂକୀର୍ତ୍ତନ ବେଳେ କାର୍‍ ମାଡ଼ିଗଲା : ଜଣେ ମୃତ; ୬ ଗୁରୁତର

ପୁରୀ : ବ୍ରହ୍ମଗିରି ଥାନା ରେବେଣାନୂଆଗାଁ ରାସ୍ତା ପାର୍ଶ୍ବରେ ସଂକୀର୍ତ୍ତନ ମଣ୍ଡଳୀ ଉପରେ କାର୍‍ ମାଡିଯାଇ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୬ଜଣ ଗୁରୁତର ହୋଇଛନ୍ତି। ମୃତବ୍ୟକ୍ତି ହେଲେ ବ୍ରହ୍ମଗିରି ଥାନା ଅଧୀନ ରେବେଣା ନୂଆଗାଁ ଅଞ୍ଚଳର ଜଗନ୍ନାଥ ସାହୁ। ସୂଚନା ମୁତାବକ, ଶୁକ୍ରବାର ରାତି ୮ଟା ବେଳେ ରେବେଣା ନୂଆଗାଁ ରାସ୍ତା ପାର୍ଶ୍ବରେ ସଂକୀର୍ତ୍ତନ ଚାଲିଥିଲା। ଏକ କାର ଭାରସାମ୍ୟ ହରାଇ ଉକ୍ତ ସଂକୀର୍ତ୍ତନ ମଣ୍ଡଳୀ ଉପରେ ମାଡି ଯାଇଥିଲା। ଫଳରେ ୭ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ରେବେଣାନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଜଗନ୍ନାଥଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ କାର୍‍ ଚାଳକ ଏବଂ ଏହାର ମାଲିକଙ୍କୁ ଧରି ବ୍ରହ୍ମଗିରି ଥାନାକୁ ହସ୍ତାନ୍ତର କରିଛନ୍ତି। ବ୍ରହ୍ମଗିରି ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.