ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୁନ୍‌ ପହିଲାରୁ ବଢ଼ିବ ଗାଡ଼ିର ତୃତୀୟ ପକ୍ଷ ବୀମା : ମହଙ୍ଗା ହେବ କାର୍‌,ବାଇକ୍‌ ବୀମା ପ୍ରିମିୟମ୍‌

ନୂଆଦିଲ୍ଲୀ : ଉଚ୍ଚ ବଜାର ଦର ସହ ଯୁଝୁଥିବା ଖାଉଟିଙ୍କ ଉପରେ ଆଉ ଏକ ମହଙ୍ଗା ମାଡ଼ ହେବାକୁ ଯାଉଛି। କାରଣ ଆସନ୍ତା ଜୁନ୍‌ ପହିଲାଠାରୁ ଦେଶରେ ଯାନବାହନର ତୃତୀୟ ପକ୍ଷ ବୀମା ମୂଲ୍ୟ ବଢ଼ିବାକୁ ଯାଉଛି। ଏହାଫଳରେ ବଜାରରେ କାର ଓ ବାଇକ୍‌ର ବୀମା ପ୍ରିମିୟମ୍‌ ମହଙ୍ଗା ହେବ। ଜୁନ୍ ୧ରୁ ଦୁଇଚକିଆ ଯାନ ଏବଂ ଚାରି ଚକିଆ ଯାନର ତୃତୀୟ ପକ୍ଷ ବୀମା ମୂଲ୍ୟରେ ବୃଦ୍ଧି ଘଟିବ। ଏଥିଯୋଗୁ ଗ୍ରାହକଙ୍କୁ ତୃତୀୟ ପକ୍ଷ ବୀମା ପାଇଁ ଅଧିକ ପ୍ରିମିୟମ ଦେବାକୁ ପଡିବ। ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ମୋଟର ଯାନଗୁଡିକର ତୃତୀୟ ପକ୍ଷ ବୀମାରେ ବୃଦ୍ଧି ଘଟାଇବା ନେଇ ଏକ ଚିଠା ପ୍ରସ୍ତୁତ କରିଛି।

ପ୍ରସ୍ତାବିତ ସଂଶୋଧିତ ଚିଠା ଅନୁଯାୟୀ ଚାରିଚକିଆ ଯାନ ପାଇଁ ୧୦୦୦ ସିସି ଘରୋଇ କାର ନିମନ୍ତେ ବୀମା ପ୍ରିମିୟମ୍‌ ପୂର୍ବରୁ ୨୦୭୨ ଟଙ୍କା ଦିଆଯାଉଥିବାବେଳେ ଏବେ ୨୦୯୪ ଟଙ୍କା ଦେବାକୁ ହେବ। ସେହିଭଳି, ୧୦୦୦ ସିସିରୁ ୧୫୦୦ ସିସି ମଧ୍ୟରେ ଥିବା ଘରୋଇ କାର ପାଇଁ ପ୍ରିମିୟମ୍‌ ୩୨୨୧ ଟଙ୍କା ତୁଳନାରେ ୩୪୧୬ ଟଙ୍କା ପଡ଼ିବ। ସେହିପରି ୧୫୦୦ ସିସିରୁ ଅଧିକ ଗାଡିର କାର ମାଲିକଙ୍କୁ ବୀମା ବାବଦରେ ୭୮୯୦ ଟଙ୍କା ବଦଳରେ ୭୮୯୭ ଟଙ୍କା ପ୍ରିମିୟମ ଦେବାକୁ ପଡିବ। ଅପରପକ୍ଷେ ଦୁଇ ଚକିଆ ଯାନ କ୍ଷେତ୍ରରେ ୧୫୦ ସିସିରୁ ୩୫୦ ସିସି ମଧ୍ୟରେ ଗାଡି ଗ୍ରାହକ ୧୩୬୬ ଟଙ୍କା ବର୍ଦ୍ଧିତ ପ୍ରିମିୟମ୍‌ ଏବଂ ୩୫୦ ସିସିରୁ ଅଧିକ ଯାନ ପାଇଁ ପ୍ରିମିୟମ ୨୮୦୪ ଟଙ୍କା ଦେବେ।

ଏହାବ୍ୟତୀତ ୩୦ କିଲୋୱାଟ ପର୍ଯ୍ୟନ୍ତ ଏକ ନୂତନ ଘରୋଇ ବୈଦ୍ୟୁତିକ ଯାନ (ଇଭି) ପାଇଁ ଗ୍ରାହକଙ୍କୁ ତିନି ବର୍ଷର ଏକକ ପ୍ରିମିୟମ୍ ୫୫୪୩ ଟଙ୍କା ଦେବାକୁ ହେବ। ୩୦ ରୁ ୬୫ କିଲୋୱାଟ କ୍ଷମତା ବିଶିଷ୍ଟ ଇଭିଏସ୍ ପାଇଁ ଏହା ୯୦୪୪ ଟଙ୍କା ଲାଗିବ। ବୃହତ ଇଭି ପାଇଁ ତିନି ବର୍ଷର ପ୍ରିମିୟମ୍ ୨୦୯୦୭ ଟଙ୍କା ହେବ। ଅପରପକ୍ଷେ ୩ କିଲୋୱାଟ ପର୍ଯ୍ୟନ୍ତ ନୂତନ ଦୁଇଚକିଆ ଇଭି ପାଇଁ ପାଞ୍ଚ ବର୍ଷର ଏକକ ପ୍ରିମିୟମ୍ ୨୪୬୬ ଟଙ୍କା ହେବ। ସେହିଭଳି ଦୁଇ ଚକିଆ ଇଭି ପାଇଁ ୩ ରୁ ୭ କିଲୋୱାଟ ପର୍ଯ୍ୟନ୍ତ ପ୍ରିମିୟମ ୩୨୩୭ ଟଙ୍କା ଏବଂ ୭ ରୁ ୧୬ କିଲୋୱାଟ ଯାଏ ପ୍ରିମିୟମ ୬୨୬୦ ଟଙ୍କା ଦେବାକୁ ହେବ। ଉଚ୍ଚ କ୍ଷମତା ସମ୍ପନ୍ନ ଦୁଇ ଚକିଆ ଇଭି ପାଇଁ ପାଞ୍ଚ ବର୍ଷର ପ୍ରିମିୟମ୍ ୧୨,୮୪୯ ଟଙ୍କା ପଡିବ।

Leave A Reply

Your email address will not be published.