ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍: ୩ମୃତ, ୨ ଗୁରୁତର

ବାଲେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥର ଶିଳ୍ପାଞ୍ଚଳ ଥାନା ବିର୍ଲା ଟାୟାର ନିକଟ ଏକ ପୋଲ ତଳକୁ କାର୍ ଖସି ପଡ଼ିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ବାଲେଶ୍ବର ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତ । ମୃତକମାନେ ହେଲେ ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଚିଲିମା ଗାଁର ପିଣ୍ଟୁ ଆଚାର୍ଯ୍ୟ, ବାରିପଦା ଟାଉନ ଥାନା ତକତପୁର ଅଞ୍ଚଳର ରବୀନ୍ଦ୍ର ସାହୁ ଓ ସନ୍ତୋଷ ପଣ୍ଡା ।

ସୂଚନା ଅନୁଯାୟୀ, ଏକ କାର୍‌ ଯୋଗେ ବାରିପଦାରୁ ଭୁବନେଶ୍ବର ଯାଉଥିଲେ ଉକ୍ତ ୫ଜଣ ଯୁବକ। ରାତି ୩ଟା ସମୟରେ କାର୍‌ଟି ହଠାତ୍ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡ଼ାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ବାରିପଦାରୁ ଭୁବନେଶ୍ବର କୋଭିଡ଼ରେ ଆକ୍ରାନ୍ତଙ୍କୁ ଦେଖିବା ପାଇଁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

 

Leave A Reply

Your email address will not be published.