ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭାରସାମ୍ଯ ହରାଇ ଗଛରେ ପିଟିହେଲା କାର, ୩ମୃତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଏନଏଚ- ୨୬ ଚାଞ୍ଚି ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ କାର ତାଳ ଗଛରେ ପିଟି ହୋଇ ୩ଜଣଙ୍କର ମୃତ୍ଯୁ ଘଟିଛି। ଘଟଣାସ୍ଥଳରେ ମାଆ ସହ ୨ ଛୁଆଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, କାରରେ ବଲାଙ୍ଗିର ଅଭିମୁଖେ ଯାଉଥିଲେ ପରିବାର । ଦୁର୍ଘଟଣାରେ ସ୍ୱାମୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏଥିସହିତ ପଢ଼ନ୍ତୁ