ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପ୍ଟେନ ଅମରିନ୍ଦର ସିଂହ

ଚଣ୍ଡିଗଡ଼: ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟ୍‌କା । ପଞ୍ଜାବ କଂଗ୍ରେସରେ କନ୍ଦଳ ପରେ ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ୍‌ ପୁରୋହିତଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି ଅମରିନ୍ଦର। ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଇଛନ୍ତି ଅମରିନ୍ଦର ସିଂହ । ଅମରିନ୍ଦରଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ରାଜ୍ୟପାଳଙ୍କୁ ଦେଇଛନ୍ତି । ଦ୍ୱିତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା ଅମରିନ୍ଦର ଦ୍ୱିତୀୟ ପାଳିର ୫ ବର୍ଷ ପୂରଣ ପୂର୍ବରୁ ଇସ୍ତଫା ଦେଇଛନ୍ତି । ସିଦ୍ଧୁଙ୍କ ସହ କ୍ୟାପଟେନଙ୍କର ଦୀର୍ଘ ଦିନ ଧରି ବିବାଦ ରହିଥିଲା ।

ଇସ୍ତଫା ପରେ ଅମରିନ୍ଦର ସିଂ ଗଣମାଧ୍ୟମକୁ କହିଛନ୍ତି କି ““ମୁଁ ଇସ୍ତଫା ସମ୍ପର୍କରେ ସକାଳୁ ସୋନିଆ ଗାନ୍ଧିଙ୍କୁ ଜଣାଇ ସାରିଛି। ଗତ ୨ ମାସ ମଧ୍ୟରେ ତୃତୀୟ ଥର ପାଇଁ ବିଧାୟକ ଦଳ ବୈଠକ ବସୁଛି। ବିଧାୟକ ଦଳ ବୈଠକ କରି ମନଇଚ୍ଛା ନିଷ୍ପତ୍ତି ନିଆଯାଉଛି। ଏସବୁରେ ମୁଁ ଅପମାନିତ ହେଉଥିବା ସୋନିଆ ଗାନ୍ଧିଙ୍କୁ ଜଣାଇଥିଲି।

ତେବେ କ୍ୟାପଟେନ ଅମରିନ୍ଦର ସିଂ ଙ୍କ ଇସ୍ତଫା ପରେ କିଏ ପଞ୍ଜାବର ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବେ ସେ ନେଇ ବହୁ କଳ୍ପନାଜଳ୍ପନା ଲାଗିରହିଛି । ଏହା ମଧ୍ୟରେ ଆଜି ପଞ୍ଜାବରେ କଂଗ୍ରେସ ବିଧାୟକ ଦଳର ବୈଠକ ମଧ୍ୟ ବସୁଛି । ଯେଉଁଥିରେ ପ୍ରଭାରୀ ହରିଶ ରାୱତଙ୍କ ସହିତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଜୟ ମାକନ ଓ ହରିଶ ଚୌଧୁରୀ ମଧ୍ୟ ସାମିଲ ହେବେ । କୁହାଯାଉଛି ଏହି ବୈଠକରେ ଦଳର ନେତା କିଏ ହେବ ସେନେଇ ନିଷ୍ପତ୍ତି ନିଆଯିବ ।

Leave A Reply

Your email address will not be published.