ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ୟାପିଟାଲ୍ ହସ୍ପିଟାଲକୁ ବଡ ସଫଳତା: ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ସ୍ୱଚ୍ଛତା ଓ ଗୁଣବତ୍ତାକୁ ୪ ଷ୍ଟାର ମାନ୍ୟତା

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ମିଳିଛି ବଡ ସଫଳତା। ସେଠାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ସ୍ୱଚ୍ଛତା ଓ ଗୁଣବତ୍ତାକୁ ୪ ଷ୍ଟାର ମାନ୍ୟତା ମିଳିଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା ନିରୀକ୍ଷଣ କର୍ତୃପକ୍ଷ (ଏଫଏସଏସଏଆଇ) ଏହି ମାନ୍ୟତା ଦେଇଛି। ଖାଦ୍ୟର ଗୁଣବତ୍ତା ପରୀକ୍ଷଣ ଓ ମାନ୍ୟତା ଦେବା ଲାଗି ଏହି ପ୍ରକ୍ରିୟା ଜାରି ରହିଛି। ସ୍ୱଚ୍ଛତା ରକ୍ଷା ସହ ରୋଗୀଙ୍କୁ ସୁରକ୍ଷିତ ଓ ପୌଷ୍ଟିକ ଆହାର ଯୋଗାଇବାରେ କ୍ୟାପିଟାଲ ହସ୍ପିଟାଲକୁ ଏହି ମାନ୍ୟତା ମିଳିଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ଏଫଏସଏସଏଆଇ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ପରେ କେତେକ ନିର୍ଦ୍ଦିଷ୍ଟ ମାନକ ପୂରଣ ହୋଇଥିବାରୁ ‘ଇଟ ରାଇଟ’ ମାନ୍ୟତା ମିଳିଛି। ସେ କହିଛନ୍ତି ଯେ ରୋଗୀମାନଙ୍କର ଖାଦ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଫଳତା ନେଇ ଟ୍ୱିଟ ଜରିଆରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ କ୍ୟାପିଟାଲ ହସ୍ପିଟାଲକୁ ଶୁଭେଚ୍ଛା ଜଣାଇଛନ୍ତି।


ସୂଚନା ଅନୁଯାୟୀ, ରାଜ୍ୟର ପ୍ରଥମ ଜେଲ ଭାବେ ଭୁବନେଶ୍ୱର ଝାରପଡା ଜେଲକୁ ‘ଇଟ ରାଇଟ’ ମାନ୍ୟତା ମିଳିସାରିଛି।

Leave A Reply

Your email address will not be published.