ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେପଟାଉନ ଟେଷ୍ଟ : ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ହାତେଇଲା ଦକ୍ଷିଣ ଆଫ୍ରିକା, ଭାରତର ସ୍ବପ୍ନ ଧୁଳିସାତ୍‌

କେପଟାଉନ : ଭ୍ରମଣକାରୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ନିର୍ଣ୍ଣାୟକ ତଥା ୩ୟ ଟେଷ୍ଟରେ ଭାରତକୁ ୭ ୱିକେଟରେ ହରାଇଛି ଦକ୍ଷିଣ ଆଫ୍ରିକା। ନିର୍ଣ୍ଣାୟକ ଟେଷ୍ଟର ଦ୍ବିତୀୟ ଇନିଂସରେ ଭାରତ ଦ୍ବାରା ରଖାଯାଇଥିବା ୨୧୨ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୩ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ସିରିଜକୁ ୨-୧ରେ ଜିତିନେଇଛି । ଦକ୍ଷିଣ ଆଫ୍ରିକାଠାରୁ ସିରିଜି ପରାଜୟ ପରେ ଭାରତର ୨୦୨୦ ପରେ ପ୍ରଥମ ଥର ପାଇଁ ବିଦେଶ ମାଟିରେ ଟେଷ୍ଟ ସିରିଜ ହାରିଛି।  ଅନ୍ୟପକ୍ଷରେ ଆଜିର ସିରିଜ ପରାଜୟ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦକ୍ଷିଣ ଆଫ୍ରିକା ମାଟିରେ ସିରିଜ ବିଜୟ ନେଇ ଭାରତ ଏବଂ କ୍ୟାପଟେନ୍‌ କୋହଲିଙ୍କର ଯେଉଁ ସ୍ବପ୍ନ ରହିଥିଲା ତାହା ଅଧୁରା ରହିଯାଇଛି ।


ଗତକାଲି ଭାରତ ତାର ଦ୍ବିତୀୟ ପାଳିରେ ଋଷଭ ପନ୍ତଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକାକୁ ୨୧୨ ରନ୍‌ର ବିଜୟ ଲକ୍ଷ ଦେଇଥିଲା। ଗତକାଲିର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨ ୱିକେଟ ହରାଇ ୧୦୧ ରନ୍ କରିଥିଲା। ଆଜି ଚତୁର୍ଥ ଦିନର ଖେଳ ଆରମ୍ଭରେ ଦକ୍ଷିଣ ଆଫ୍ରିକାର ବ୍ୟାଟର ଭାରତୀୟ ବୋଲରଙ୍କୁ ସଠିକ ଭାବେ ଖେଳିବା ସହ ୱିକେଟ ଦେଇନଥିଲେ। ଚତୁର୍ଥ ଦିବସରେ ଦକ୍ଷିଣ ଆଫ୍ରିକାର ଇନଫର୍ମ ବ୍ୟାଟ୍ସମ୍ୟାନ୍ ପିଟରସନ୍ ଓ ଡୁସେନ୍ ତୃତୀୟ ୱିକେଟ୍ ପାଇଁ ୫୪ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ଥିଲେ। ଏହା ପରେ ଡୁସେନଙ୍କ ସହ ମିଶି ବାଭୁମା ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୫୭ ରନ୍ ଯୋଡ଼ି ଦଳକୁ ଜିତାଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଗାର ପିଟରସନ ସର୍ବାଧିକ ୮୨ ରନ କରିଥିବାବେଳେ ରାସି ଭାନ ଡର ଦୁସେନ ୪୧ ରନ କରିଥିଲେ । ସେହିପରି ଟେମ୍ବା ବାଭୁମା ୩୧ ଓ ଡିନ ଏଲଗାର ୩୦ ରନ କରିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ସମ୍ମୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.