ଦ୍ବାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଟ୍ବିଟ, ଟ୍ରେଣ୍ଡ କରୁଛି ‘ #modiji_cancel12thboards’

ଭୁବନେଶ୍ବର : ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଦେଶରେ ସମସ୍ତ ବୋର୍ଡ ଦଶମ ପରୀକ୍ଷାକୁ ବାତିଲ କରିଥିବା ବେଳେ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କରୋନା ସଂକ୍ରମଣ କମୁନଥିବା ବେଳେ ଛାତ୍ରଛାତ୍ରୀ ପରୀକ୍ଷାକୁ ନେଇ ଏକ ପ୍ରକାର ଚାପରେ ରହିଥିବା ଭଳି ଅନୁମାନ କରାଯାଉଛି। ଯାହାର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀମାନେ #modiji_cancel12thboards କରି ଟ୍ବିଟ କରୁଛନ୍ତି। ଏହି ଟ୍ବିଟ ଏବେ ଟ୍ରଣ୍ଡ ହୋବାରେ ଲାଗିଛି। ଛାତ୍ରାଛାତ୍ରୀଙ୍କ ସମର୍ଥନ ମିଳୁଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଏହି ଟ୍ରେଣ୍ଡିଂ ଟ୍ବିଟରେ ଅନୁରାଗ ତ୍ୟାଗୀ ଟ୍ବିଟ କରି ଲେଖିଛନ୍ତି ଯେ, ଆନ୍ଧ୍ରପ୍ରଦେଶରେ ୫୭୫ଜଣ ଛାତ୍ରଛାତ୍ରୀ ଓ ୮୨୯ଜଣ ଶିକ୍ଷକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଛାତ୍ରଛାତ୍ରୀ ଓ ପିତମାତଙ୍କ ଜୀବନ ପ୍ରଥମ, ମାର୍କ ପଛ। ଏଥିସହ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ଟ୍ବିଟରେ ଅନୁରୋଧ କରିଛନ୍ତି।
Over 575 students and 829 teachers were tested positive for Corona Virus last month in Andhra Pradesh. My request to @narendramodi
is to cancel the board exams to safeguard their future.(agree=retweet)Students & Parents Lives First..Marks Next!! #modiji_cancel12thboards— Anurag Tyagi 🇮🇳ᅠᅠᅠᅠᅠᅠᅠᅠᅠ (@TheAnuragTyagi) May 17, 2021
ସୂଚନା ଅନୁଯାୟୀ, ସିବିଏସଇ ଯୁକ୍ତ ୨ ପରୀକ୍ଷାକୁ ସ୍ଥଗିତ ରଖିଛି । ଜୁନ ୧ରେ ବୈଠକ ବସିବା ପରେ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ। ଯେବେ ପରୀକ୍ଷା ହେବ ତାର ୧୫ ଦିନ ପୂର୍ବରୁ ଛତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ପୂର୍ବରୁ ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରେମେଶ ପୋଖରିଆଲ ଟ୍ବିଟ କରି ସୂଚନା ଦେଇଥିଲେ।