ସରପଞ୍ଚଙ୍କ ନିଆରା ଅଭିଯାନ: ‘ଗ୍ରୀନ ଅସ୍ତରଙ୍ଗ, କ୍ଲିନ ଅସ୍ତରଙ୍ଗ’

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ଗ୍ରାମ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ରାମଚନ୍ଦ୍ର କାଣ୍ଡି ବୁଧବାର ଅସ୍ତରଙ୍ଗ ବଜାରର ନୂଆଗଡ଼ ଛକ ନିକଟରୁ ଗ୍ରୀନ ଅସ୍ତରଙ୍ଗ, କ୍ଲିନ ଅସ୍ତରଙ୍ଗ ନାମରେ ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ବ୍ଲକ ଅଧକ୍ଷା ଆରତି ନାୟକ,ଉପାଦକ୍ଷ ଦୁର୍ଜୟ ମିଶ୍ର, ତହସିଲଦାର ରାଜଲକ୍ଷ୍ମୀ ନାୟକ ଥାନା ଅଧିକାରୀ ବାମଦେବ ନନ୍ଦ, ଏ ବିଡ଼ିଓ ଯୋଗେନ୍ଦ୍ର ମହାକୁଡ଼ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏହି ଅଭିଯାନରେ ଅସ୍ତରଙ୍ଗର ପୂର୍ବତନ ସମିତି ସଭ୍ୟ ଦିବାକର ଛାଟୋଇ, ବ୍ୟବସାୟୀ ମହାସଂଘ ର ସଭାପତି ଦୁଷ୍ମନ୍ତ ପରିଡା, ଆଡ଼ଭୋକେଟ ଦିବ୍ୟଦର୍ଶୀ ବିଶ୍ୱାଳ, ବିଜୁ ଯୁବ ସଭାପତି ପ୍ରଶାନ୍ତ ନାୟକ ଏବଂସମସ୍ତ କ୍ଲବର ସଭ୍ୟ ମାନେ, ମହିଳା ସଙ୍ଘଠନ ର ସଭ୍ୟା ମାନେ, ବ୍ୟବସାୟୀ ମହାସଂଘ, ଯୁବ ଗୋଷ୍ଠୀ ସବୁବିଭାଗର ସରକାରୀ ଅଧିକାରୀମାନେ ସାମିଲ ହୋଇ ବଜାର ର ବ୍ୟବସାୟୀ ମାନଙ୍କୁ ଡ଼ଷ୍ଟବିନ ବ୍ୟବହାର କରିବା ଜନସାଧାରଣ ସ୍ୱଚ୍ଛତା ଅବଲମ୍ବନ କରିବା ଇତ୍ୟାଦି ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ଦୂଷିତ ପରିବେଶ କବଳରୁ ଅସ୍ତରଙ୍ଗବାସୀଙ୍କୁ ରକ୍ଷା କରିବା ଏବଂ ଦିନକୁ ଦିନ ବାୟୁ ମଣ୍ଡଳୀରୁ ହ୍ରାସ ପାଉଥିବା ଅମ୍ଳଜାନ ବୃଦ୍ଧି କରିବା ପାଇଁ ସବୁଜ ମଣ୍ଡଳ ସୃଷ୍ଟି କରିବା ପାଇଁ ବୃକ୍ଷ ରୋପଣ କରିବା।ତି ନିମାସ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ମେ ମାସ ୧୮ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ମାସ ୧୮ ତାରିଖରେ ଶେଷ ହେବ।

Leave a comment