ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା : ଶର୍ମିଷ୍ଠା ଓ ଝୁନାଙ୍କ ଠୁ କ୍ରାଇମବ୍ରାଞ୍ଚକୁ ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ବର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଶେଷ ଦିନରେ ଶର୍ମିଷ୍ଠା, ଝୁନା ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ଜେରା ବେଳେ ହତ୍ୟା ମାମଲାରେ ନୂଆ ତଥ୍ୟ କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଛି । ମାନସକୁ ଶର୍ମିଷ୍ଠା ଓ ନିରଞ୍ଜନ ପୂର୍ବରୁ ମଧ୍ୟ ଥରେ ମାଡ଼ ମାରିଥିବା ଜେରା ବେଳେ ଜଣାପଡ଼ିଛି । ଜାନୁଆରୀ ୧୦ ପରଠାରୁ ମାନସ ଦୟାଲ ଆଶ୍ରମରେ ରହୁଥିଲେ । ଜାନୁଆରୀ ୩୦ ତାରିଖରେ ଶର୍ମିଷ୍ଠା ଏବଂ ନିରଞ୍ଜନ ମାନସଙ୍କ ସଂପୂର୍ଣ୍ଣ ଅଫିସ୍‌କୁ ଡକାଇଥିଲେ । ସେଠାରେ ଉଭୟ ତାଙ୍କୁ ଚିପ୍‌ ମାଗିବା ସହ ମାଡ଼ ମାରିଥିଲେ । ଅଫିସ୍‌ ଭିତରେ ମାଡ଼ ମାରି ତାଙ୍କୁ ଦୟାଲ୍‌ ଅଶ୍ରମକୁ ନେଇଥିଲେ ।

ଦୟାଲ ଆଶ୍ରମରେ ମାନସ ଠାରୁ ତାଙ୍କ କ୍ୟାମେରା ଛଡ଼ାଇ ଆଣିଥିଲେ । ଘଟଣା ପରଦିନ ମାନସ ଦୟାଲ ଆଶ୍ରମ ଛାଡ଼ି ଅଲଗା ରହିଥିଲେ ଏବଂ ଶର୍ମିଷ୍ଠାଙ୍କ ଠାରୁ ଚିପ୍ ଫେରାଇବା ପାଇଁ ୧୦ ହଜାର ଟଙ୍କା, କ୍ୟାମେରା ଦାବି କରିଥିଲେ । ପରେ ୫ରେ ମାନସ ଚାନ୍ଦବାଲି ଯାଇଥିବାବେଳେ ଅପହୃତ ହୋଇଥିଲେ ।

ଘଟଣାର ଶେଷ ଦିନ ଯାଏଁ ଚିପ ମାନସଙ୍କ ପାଖରେ ଥିଲା । ରଣପୁରରେ ଏନେଇ ସର୍ଚ୍ଚ ଏପରେସନ ମଧ୍ୟ ହୋଇଛି । ମାନସ ରହିଥିବା ଦୁଇଟି ସ୍ଥାନରେ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ତଦନ୍ତ କଲେ ବି ଯାଏଁ ମିଳିନାହିଁ ମେମୋରି ଚିପ । ଏନେଇ ଗଣମାଧ୍ୟମକୁ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ।

ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଏହି ଜଘନ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ସହଯୋଗୀ ନିରଞ୍ଜନ ସେଠୀ, ଝୁନା ଭୋଇ ଏବଂ ରାଜ କମ୍ୟୁନିକେଶନର ମାଲିକ ରଞ୍ଜନ ନାୟକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ବହୁ ତଥ୍ୟ ହାସଲ କରିଥିବାବେଳେ ରିମାଣ୍ଡ ପରେ ରବିବାର ଚାନ୍ଦବାଲି ଜେଏମ୍‌ଏଫସିଙ୍କ ଅଦାଲତରେ ହାଜର କରିଥିଲା । ହାଜର ସମୟରେ ଏହି ୪ ଅଭିଯୁକ୍ତଙ୍କୁ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା । ତେବେ ଅଦାଲତ କେବଳ ଶର୍ମିଷ୍ଠା ଓ ଝୁନାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ନିରଞ୍ଜନ ଓ ରଞ୍ଜନଙ୍କୁ ଭଦ୍ରକ ଜେଲକୁ ପଠାଇ ଦେଇଛନ୍ତି । ରିମାଣ୍ଡ ସମୟରେ ବହୁ କିଛି ତଥ୍ୟ ହାସଲ କରିବାକୁ ବାକି ରହିଥିବାରୁ ଏମାନଙ୍କୁ ପୁଣି ଥରେ ରିମାଣ୍ଡରେ ନିଆଯାଇଛି ।

Leave A Reply

Your email address will not be published.