ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ୟାମେରମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ: ଭଦ୍ରକ ଉପକାରାଗାରରେ ୨ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚର ଜେରା

ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ଟିମ ଆଜି ପୁଣି ଥରେ ଭଦ୍ରକ ସ୍ୱତନ୍ତ୍ର ଉପକାରଗାରରେ ପହଞ୍ଚି ୨ ଅଭିଯୁକ୍ତକୁ ଜେରା କରୁଛନ୍ତି । ମାନସ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସମେତ ୭ ଜଣ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ତେବେ ପୂର୍ବରୁ ଦୁଇ ଦୁଇ ଥର କ୍ରାଇମ ବ୍ରାଞ୍ଚ ଟିମ ଶର୍ମିଷ୍ଠା କୁ ରିମାଣ୍ଡ ର ନେଇଥିଲେ ମଧ୍ୟ ମେମୋରୀ ଚିଫ ଏ ପର୍ଯ୍ୟନ୍ତ ମିଳିପାରିନାହିଁ।  ତେବେ ଚାନ୍ଦବାଲି ପୁଲିସ ପ୍ରଥମେ ୩ ଜଣକୁ ଗିରଫ କରିଥିଲେ ମଧ୍ୟ କୌଣସି ପଚାର ଉଚରା କରି ନ ଥିଲେ କି କ୍ରାଇମବ୍ରାଞ୍ଚ ଜେରା କରିନାହିଁ। ତେବେ ଗତ ୧୩ ତାରିଖରେ ଚାନ୍ଦବାଲି JMFC କୋର୍ଟ ରେ ବିବେକ ନାୟକ ଓ ଭାଗ୍ୟଧର ନାୟକଙ୍କୁ ଜେରା କରିବା ପାଇଁ ଆବେଦନ କରିଥିଲେ କ୍ରାଇମବ୍ରାଞ୍ଚ ଟିମ । କୋର୍ଟ ୧୬ ତାରିଖ ଅର୍ଥାତ ଆଜି ସେହି ଦୁଇ ଜଣକୁ ଜେରା କରିବା ପାଇଁ ନିର୍ଦେଶ ଦେଇଥିଲେ। ଆଜି ୩ ଜଣିଆ କ୍ରାଇମବ୍ରାଞ୍ଚ ଡ଼ିଏସପି କଳ୍ପନା ସାହୁ, ଶରତ କୁମାର ସାହୁ ଓ ନରେନ୍ଦ୍ର ବେହେରା ଭଦ୍ରକ ସ୍ୱତନ୍ତ୍ର ଉପକାରଗାରରେ ପହଞ୍ଚିଛନ୍ତି। ଏହି ୨ଜଣ ଅପହରଣ ଠାରୁ ନିର୍ଯାତନା ଓ ପରେ ମୃତ ଦେହକୁ ପୋତି ବା ପର୍ଯ୍ୟନ୍ତ ହାତ ଅଛି କି ନାହିଁ ଅଧିକ ପଚରା ଉଚୁରା କରିଛି ।

 

Leave A Reply

Your email address will not be published.