ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ଖୁଲାସା : ଆଉ ୨ ଜଣଙ୍କୁ ଗିରଫ କଲା ଚାନ୍ଦବାଲି ପୁଲିସ

ଭୁବନେଶ୍ବର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ଖୁଲାସା କରିଛି ଚାନ୍ଦବାଲି ପୁଲିସ। ମାନସ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ ନିରଞ୍ଜନ ସେଠୀ ଓ ଭୁବନେଶ୍ୱର ରାଜା କମ୍ୟୁନିକେସନର ମୁଖ୍ୟ ଗିରଫ ହୋଇଛନ୍ତି । ଏନେଇ ଚାନ୍ଦବାଲି ପୁଲିସ ସୂଚନା ଦେଇଛି । ହତ୍ୟାକାଣ୍ଡ ପଛରେ ପୂର୍ବତନ ପ୍ରଶାସନିକ ଅଧିକାରୀ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଡାଇରେକ୍ଟର(ଟେକ୍ନିକାଲ୍‌) ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ରହିଛି । ହତ୍ୟା ଯୋଜନା, ଶବକୁ ନଷ୍ଟ କରିବାରେ ସମ୍ପୃକ୍ତି ରହିଥିବା ପୁଲିସ କହିଛି ।

ନିରଞ୍ଜନ ସେଠୀଙ୍କ ସହ ରଞ୍ଜନ ନାୟକ ନାମକ ଅନ୍ୟଜଣେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି। ରଞ୍ଜନ ନାୟକ ଭୁବନେଶ୍ବର ଖଣ୍ଡଗିରିରେ ରାଜ୍ କମ୍ୟୁନିକେସନର ମାଲିକ ଅଟନ୍ତି। ଗିରଫ ନେଇ ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେମାନଙ୍କ ମେଡିକାଲ୍‌ ଚେକ୍‌ଅପ୍‌ ପରେ କୋର୍ଟ ଚାଲାଣ କରାଯିବ। ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ପୂର୍ବରୁ ତିନିଜଣଙ୍କୁ ଗିରଫ କରାଯାଇଛି। ଆଜି ପୁଣି ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଗିରଫ କରାଯାଇଛି। ଉଭୟ ନିରଞ୍ଜନ ଓ ରଞ୍ଜନ ମାନସ ସ୍ବାଇଁଙ୍କୁ ମାଡ଼ ମାରିବା ଓ ନିର୍ୟାତନା ଦେବା ଘଟଣା ସହ ଜଡ଼ିତ ଥିଲେ। ଏହାଛଡ଼ା ଉଭୟେ ହତ୍ୟା ଯୋଜନା କରିବାରେ ସାମିଲ ଥିଲେ। ଏନେଇ ଅଧିକ ତଦନ୍ତ ଚାଲିଛି।

ଗୋଟିଏ ଚିପ୍‌ ପାଇଁ ଏସବୁ ଘଟଣା ଘଟିଥିବା କହିଛନ୍ତି ଅତିରିକ୍ତ ଏସ୍‌ପି। ତେବେ ବର୍ତ୍ତମାନ ସୁଦ୍ଧା ଚିପ୍‌ ପୁଲିସ ହାତରେ ଲାଗିନି ବୋଲି କରିଛନ୍ତି ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ।ମେମୋରୀ ଚିପ୍‌ରେ ଅଶ୍ଳୀଳ ଭିଡିଓ ଥିଲା କି ପ୍ରଶ୍ନରେ ଅତିରିକ୍ତ ଏସ୍‌ପି କହିଛନ୍ତି, ଏ ସଂପର୍କରେ ଆମ ଅନୁସନ୍ଧାନରେ ସେମିତି କିଛି ମିଳିନି। ତେବେ ଦୟାଲ ଆଶ୍ରମରେ ହିଁ ମାନସଙ୍କୁ ହତ୍ୟା କରାଯାଇଛି ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି।

ସେପଟେ ମାନସ ହତ୍ୟା ଘଟଣାରେ ପୁଲିସ ଏବେ ଯାଏଁ ମୁଖ୍ୟ ଅଭିଯୁକ୍ତର ଟେର୍‌ ପାଇନି । ଏହି ଜଘନ୍ୟ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ମଧ୍ୟ କିଛି ପତ୍ତା ପାଉନି ପୁଲିସ । କେବଳ ଶର୍ମିଷ୍ଠା ନୁହେଁ, ତାଙ୍କ ସହିତ ଆଉ ଜଣେ ମହିଳା ମଧ୍ୟ ଘଟଣା ପରଠାରୁ ଫେରାର ଅଛନ୍ତି । ସେହିପରି ପୂର୍ବରୁ ହତ୍ୟାକାଣ୍ଡରେ ସାମିଲ ଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ପୁଲିସ । ସେମାନଙ୍କୁ ଜେରା କରି ତଥ୍ୟ ଓଗାଳୁଛି ପୁଲିସ।

Leave A Reply

Your email address will not be published.