ପୁଅ ଆର୍ଯ୍ୟନ ଗିରଫ ପରେ ଶାହାରୁଖ୍ଙ୍କ ବିଜ୍ଞାପନ ବନ୍ଦ କଲା ବାଇଜୁ’ସ୍

ମୁମ୍ବଇ : ପୁଅ ଆର୍ଯ୍ୟନ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲ୍ ଯିବା ପରେ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ପ୍ରଥମ ଝଟକା ଲାଗିଛି । ପୁଅ ଗିରଫ ହେବା ପରେ ଶାହାରୁଖ ଖାନଙ୍କ ପ୍ରଫେସନ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଲର୍ଣ୍ଣିଂ ଆପ୍ ବାୟଜୁସ କମ୍ପାନୀ ଆଜି ଶାହାରୁଖଙ୍କ ବିଜ୍ଞାପନ ପ୍ରସାରଣ ଉପରେ ରୋକ ଲାଗିଛି । କେବଳ ଏତିକି ନୁହେଁ, ଶାହାରୁଖଙ୍କ ପ୍ରି-ବୁକିଂ ବିଜ୍ଞାପନ ରିଲିଜ୍ ମଧ୍ୟ ଏବେ ହୋଇପାରିବ ନାହିଁ। ୨୦୧୭ ପରଠାରୁ ବାୟଜୁସ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ରହିଥିଲେ ଶାହାରୁଖ୍। ଶାହରୁଖଙ୍କର ସ୍ପୋନସରସିପ୍ ଡିଲରେ ବାୟଜୁସ ସବୁଠାରୁ ବଡ ବ୍ରାଣ୍ଡ ଥିଲା। ଏହି ବ୍ରାଣ୍ଡ ପାଇଁ ଶାହରୁଖଙ୍କୁ ବାର୍ଷିକ ୩ରୁ ୪କୋଟି ଟଙ୍କା ମିଳୁଥିଲା ।
ସୋଶାଲ ମିଡିଆ ପ୍ଲାଟଫର୍ମରେ ଗତ କିଛି ଦିନ ହେବ ଶାହାରୁଖ ଖାନ୍ଙ୍କୁ ଟ୍ରୋଲ କରାଯାଉଛି। ଏବେ ଲୋକେ ‘ବାଇଜୁ’କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ପିଲାମାନଙ୍କ ଶିକ୍ଷା ସହିତ ଜଡିତ ଥିବାରୁ କମ୍ପାନୀ ତାର ଇମେଜ ଖରାପ କରିବାକୁ ଚାହୁଁନାହିଁ । ଶେଷରେ ଚାପରେ ପଡି କମ୍ପାନୀ ଆଡଭାନ୍ସ ବୁକିଂ ସତ୍ତ୍ୱେ ମଧ୍ୟ ଶାହରୁଖ ଖାନଙ୍କ ଠାରୁ ବିଜ୍ଞାପନ ଫେରାଇ ନିଆଯାଇଛି। ସେପଟେ ‘ବାଇଜୁ’ର ମୁଖପାତ୍ର ଏ ନେଇ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।