bitcoin
Bitcoin (BTC) 2,297,768.95 0.45%
ethereum
Ethereum (ETH) 148,828.30 2.86%
tether
Tether (USDT) 77.47 0.05%
bnb
BNB (BNB) 24,807.69 3.43%
usd-coin
USD Coin (USDC) 77.59 0.08%
xrp
XRP (XRP) 30.90 2.23%
binance-usd
Binance USD (BUSD) 77.40 0.05%
cardano
Cardano (ADA) 38.95 2.82%
solana
Solana (SOL) 3,571.64 5.75%
polkadot
Polkadot (DOT) 751.84 2.82%

ମେ ୩୧ ତାରିଖରେ ହେବ ବ୍ରଜରାଜନଗର ଉପ ନିର୍ବାଚନ, ମେ ୪ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ବର : ବ୍ରଜରାଜନଗର ଉପ ନିର୍ବାଚନପାଇଁ ବାଜିଲା ବିଗୁଲ। ମେ ୩୧ ତାରିଖରେ ହେବ ବ୍ରଜରାଜନଗର ଉପ ନିର୍ବାଚନ। ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ । ସେହିଭଳି ୩ ଜୁନରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ।

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ମେ’ ୪ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ୪ରୁ ୧୧ ତାରିଖ ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୧୨ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ମେ’ ୧୬ ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଥିବା ବେଳେ ୩୧ ମେ’ରେ ଭୋଟଗ୍ରହଣ ହେବ । ସେହିଭଳି ୩ ଜୁନରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ।

ସୂଚନାଯୋଗ୍ୟ ଗତ ଡିସେମ୍ବର ୩୦ ତାରିଖ ଦିନ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ପ୍ରାର୍ଥୀ କିଶୋର ମହାନ୍ତି ଏଠାରୁ ନିର୍ବାଚିତ ହୋଇଥିଲେ। ସ୍ବର୍ଗତ ମହାନ୍ତି ୮୦୧୫୨ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ରାଧାରାଣୀ ପଣ୍ଡା ୬୮୧୫୨ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ ମାତ୍ର ୯୩୫୦ ଭୋଟ ପାଇଥିଲେ।

Leave a comment