ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଶ୍ଚିମବଙ୍ଗରେ ବିଜେପିକୁ ଝଟକା: ଆସାନସୋଲ ଲୋକସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନରେ ଟିଏମସିର ଜଲଓ୍ବା

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ବିଜେପିକୁ ଲାଗିଛି ଜୋରଦାର ଝଟକା । ୪ଟି ରାଜ୍ୟର ୫ଟି ଆସନରେ ହୋଇଥିବା ଉପ-ନିର୍ବାଚନ ଫଳାଫଳ ଆସି ସାରିଛି। ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନରୁ ଟିଏମ୍‌ସିର ଶତ୍ରୁଘ୍ନ ସିହ୍ନା ଓ ବାଲିଗଞ୍ଜ ବିଧାନସଭା ଆସନରୁ ବାବୁଲ ସୁପ୍ରିୟୋ ଜିତିଛନ୍ତି। ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା ତାଙ୍କର ନିକଟତ ପ୍ରତିଦ୍ୱନ୍ଦୀ ବିଜେପିର ଅଗ୍ନିମିତ୍ରା ପଲଙ୍କୁ ଦୁଇଲକ୍ଷରୁ ଅଧିକ ଭୋଟରେ ପରାଜିତ କରିଛନ୍ତି । ସେହିଭଳି ବାଲିଗଞ୍ଜ ବିଧାନସଭା ଆସନରୁ ଟିଏମସି ପ୍ରାର୍ଥୀ ତାଥା ବିଜେପିର ପୂର୍ବତନ ସାଂସଦ ବାବୁଲ ସୁପ୍ରିୟୋ ତାଙ୍କର ନିକଟତ ପ୍ରତିଦ୍ୱନ୍ଦୀ ସିପିଆଇ(ଏମ) ପ୍ରାର୍ଥୀ ସାଇରା ହାଲିମଙ୍କୁ ୯ ହଜାର ଭୋଟରେ ପରାଜିତ କରିଛନ୍ତି ।

ତେବେ ପଶ୍ଚିମବଙ୍ଗରେ ଟିଏମସି, ବିହାରରେ ଆରଜେଡି, ଛତିଶଗଡ ଓ ମହାରାଷ୍ଟ୍ରରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଛନ୍ତି । ମତଗଣନା ଚାଲିଥିଲେ ମଧ୍ୟ ସବୁଠି ବିଜେପିର ପରାଜୟ ଏକପ୍ରକାର ନିଶ୍ଚିତ ଲାଗୁଛି । କାରଣ ବିପକ୍ଷ ପ୍ରାର୍ଥୀ ଅଦିକ ଭୋଟରେ ଆଗୁଆ ଅଛନ୍ତି । ଏପରିକି ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସାନସୋଲ ଲୋକସଭା ଓ ବାଲିଗଞ୍ଜ ବିଧାନସଭା ଆସନର ମତାଦାତାଙ୍କୁ ଧନ୍ୟବାଦ ଜମାଇଛନ୍ତି ।

Leave A Reply

Your email address will not be published.