ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ୟବସାୟୀଙ୍କ ପୁଅକୁ ଅପହରଣ ପରେ ହତ୍ୟା ଅଭିଯୋଗ, ୨ ଜଣଙ୍କୁ ଗିରଫ କଲା ପୁଲିସ

ଝାରସୁଗୁଡା: ବ୍ୟବସାୟୀଙ୍କ ପୁଅକୁ ଅପହରଣ ପରେ ହତ୍ୟା ଅଭିଯୋଗ ହୋଇଛି। ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଟାଉନ ଥାନା ପୁଲିସ । ଝାରସୁଗୁଡା ସରବାହାଲର ବ୍ୟବସାୟୀ ସୁନିତ ଅଗ୍ରଓ୍ବାଲଙ୍କ ୧୫ ବର୍ଷର ପୁଅ ସମର୍ଥ ଅଗ୍ରଓ୍ବାଲଙ୍କୁ ଗତ ୨୭ ତାରିଖ ଦିନ ସନ୍ଧ୍ୟାରେ ଅପହରଣ କରାଯାଇଥିଲା । ଅପରାଧୀ ମାନେ ନାବାଳକର ପିତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ । ତାହା ନମିଳିବାରୁ ୨୮ ତାରିଖ ରାତିରେ ସମର୍ଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବରଗଡ ଜିଲାର ଭେଡେନ ଥାନାଞ୍ଚଳରୁ ନାବାଳକର ମୃତଦେହ ଉଦ୍ଧାର ହୋଇଛି । ମାମଲାର ତଦନ୍ତ କରି ଝାରସୁଗୁଡା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଝାରସୁଗୁଡା ବିଜୁ ନଗରର ଅମିତ କୁମାର ଶର୍ମା ଓ ବଜ୍ରରାଜନଗରର ଗାନ୍ଧୀଛକର ଦିନେଶ ଅଗ୍ରଓ୍ବାଲ । ତେବେ ଟଙ୍କା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି ନା ଅନ୍ୟ କିଛି କାରଣ ରହିଛି ତାହାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଝାରସୁଗୁଡା ଏସପି ।

Leave A Reply

Your email address will not be published.