ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତେଲ ଦର ହ୍ରାସ ପରେ କମିଲା ବସ୍‌ ଭଡା, ଜାଣନ୍ତୁ କେଉଁ ବସ୍‌ ପାଇଁ କେତେ କମିଲା

ଭୁବନେଶ୍ବର : ତେଲ ଦର କମିବାରୁ କମିଲା ବସ୍ ଭଡା । ଅର୍ଡିନାରୀ ବସ ଭଡା ୯୨ ରୁ ୮୯ ପଇସା କୁ ହ୍ରାସ ହୋଇଛି । ଏକ୍ସପ୍ରେସ ୯୬ ରୁ ୯୩ ପଇସା କୁ କମିଛି । ସେହିପରି ଡିଲକ୍ସ ୧.୩୫ ରୁ ୧.୨୯ କୁ ହ୍ରାସ ହୋଇଛି । ଏସି ଡିଲକ୍ସ ଭଡା ୧.୬୩ ରୁ ୧.୫୭ ପଇସାକୁ ହ୍ରାସ ହୋଇଛି । ସୁପର ପ୍ରିମିୟମ ଭଡା ୨ ଟଙ୍କା ୫୩ ରୁ ୨ ଟଙ୍କା ୪୪ କୁ ହ୍ରାସ ପାଇଛି ।

ସୂଚନାଯୋଗ୍ୟ ମେ ୨୧ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ହ୍ରାସ କରିଥିଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୮ଟଙ୍କା ଏବଂ ଡ଼ିଜେଲ ଲିଟର ପିଛା ୬ ଟଙ୍କା ଉତ୍ପାଦ ଶୁଳ୍କ କମାଇଥିଲେ । ଯାହା ଫଳରେ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା, ଡିଜେଲ ୭ ଟଙ୍କା ହ୍ରାସ ପାଇଥିଲା। ତେଲ ଦର କମିଥିଲେ ମଧ୍ୟ ବସ ଭଡା କମି ନ ଥିବାରୁ ଯାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ତେବେ ଆଜି ବସ୍‌ ଭଡା କମାଯାଇଛି।

Leave A Reply

Your email address will not be published.