ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଡ ଖବର : ରାଜ୍ୟରେ ବଢ଼ିଲା ବସ ଭଡା

ଭୁବନେଶ୍ୱର: ରାଜ୍ୟରେ ବଢିଲା ବସ ଭଡ଼ା । କିଲୋମିଟର ପିଛା ୪ ପଇସାରୁ ୧୨ ପଇସା ପର୍ଯ୍ୟନ୍ତ ବସ୍‌ ଭଡ଼ା ବଢ଼ିଛି ।ଆଜିଠାରୁ ବର୍ଦ୍ଧିତ ଦର ଲାଗୁ ହେବ । ଅଟୋମେଟିକ ମେକାନିଜିମ ସିଷ୍ଟମ ଅନୁଯାୟୀ ବସ ଭଡ଼ା ବୃଦ୍ଧି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ସାଧାରଣ ବସ ଭଡ଼ାରେ ୪ ପଇସା ବୃଦ୍ଧି ଘଟିଛି । ସାଧାରଣ ବସ୍ ଭଡ଼ା ୮୫ ପଇସାରୁ ୮୯ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ୍ ବସ୍ ଭଡ଼ା ୮୯ପଇସାରୁ ୯୩ ପଇସାକୁ ବୃଦ୍ଧି ହୋଇଛି ।

ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୮ପଇସା ବୃଦ୍ଧି ପାଇଛି । ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୨୧ପଇସାରୁ ୧ ଟଙ୍କା ୨୯ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୪୯ ପଇସାରୁ ୧ ଦଶମିକ ୫୭ ଟଙ୍କାକୁ ବୃଦ୍ଧି ପାଇଛି । ସୁପର ପ୍ରିମିୟମ ବସ୍ ଭଡ଼ାରେ ୧୨ ପଇସା ବୃଦ୍ଧି ପାଇଛି ।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, କ୍ରମାଗତ ଭାବେ ତୈଳ ଦର ବଢ଼ୁଥିବାରୁ ବସ୍‌ ଭଡ଼ା ବଢ଼ାଯାଇଛି । ଏହା ପୂର୍ବରୁ ଗତ ମାର୍ଚ୍ଚ ୪ ତାରିଖରେ ବସ୍‌ ଭଡ଼ା ବଢ଼ିଥିଲା । ସେତେବେଳେ ଡିଜେଲ ଲିଟର ପିଛା ମୂଲ୍ୟ ୮୮ ଟଙ୍କା ୭୭ ପଇସା ଥିବାବେଳେ ଏବେ ଡିଜେଲ ଲିଟର ୯୭ ଟଙ୍କା ୨୫ ପଇସା ।

କୋଭିଡ କଟକଣା ଅଥବା ଲକଡାଉନ ଯୋଗୁଁ ରାଜ୍ୟରେ ସମସ୍ତ ବସ ଚଳାଚଳ ବନ୍ଦ ରହିଥିଲା । କିନ୍ତୁ ଜୁନ ଶେଷ ତାରିଖରେ ମୁଖ୍ୟ ଶାସନ ସଚିବ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ଯେଉଁଥିରେ ରାଜ୍ୟର କାଟାଗୋରୀ Aରେ ଥିବା ଜିଲ୍ଲା ଗୁଡ଼ିକରେ ବସ ଏବଂ ଟ୍ୟାକ୍ସି ଚଳାଚଳ କରିବାକୁ ମିଳିଥିଲା ଅନୁମତି ।

Leave A Reply

Your email address will not be published.