ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ବଢିଲା ବସ୍ ଭଡ଼ା

କଟକ: ରାଜ୍ୟରେ ଗୁରୁବାର ପୁଣି ବସ୍‌ ଭଡ଼ା ବୃଦ୍ଧି ପାଇଛି । କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କାରଣରୁ ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି ହୋଇଛି।

ବର୍ଦ୍ଧିତ ଭଡା ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା ବଢିଛି। ସାଧାରଣ ବସ୍ ଭଡା ୮୦ ପଇସାରୁ ୮୫କୁ ବୃଦ୍ଧି କରାଯାଇଛି। ସେହିପରି ଏକ୍ସପ୍ରେସ୍‌ ବସ୍ ଭଡା ୮୪ ପଇସାରୁ ୮୯ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡା କିଲୋମିଟର ପିଛା ୧୦ ପଇସା ବୃଦ୍ଧି ହୋଇଛି । ଡିଲକ୍ସ ବସ୍ ଭଡା ୧ ଟଙ୍କା ୧୧ ପଇସାରୁ ୧ ଟଙ୍କା ୨୧ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏସି ଡିଲକ୍ସ ବସ୍ ଭଡା ୧ ଟଙ୍କା ୩୯ ପଇସାରୁ ୧ ଟଙ୍କା ୪୯ ପଇସା ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.