ରାଜ୍ୟରେ ବଢିଲା ବସ୍ ଭଡ଼ା

ଭୁବନେଶ୍ବର: ରାଜ୍ୟରେ ବଢିଲା ବସ ଭଡ଼ା। କିଲୋମିଟର ପିଛା ୨ରୁ ୬ ପଇସା ପର୍ଯ୍ଯନ୍ତ ବୃଦ୍ଧି ପାଇଛି। ସାଧରଣ ବସ ଭଡ଼ା କିମି ପିଛା ୨ ପଇସା ବଢି ୯୨ ପଇସା ହୋଇଛି। ଏକ୍ସପ୍ରେସ ବସ ଭଡ଼ା କିମି ପିଛା ୨ ପଇସା ବଢ଼ି ୯୬ ପଇସା, ଡିଲକ୍ସ ବସ ଭଡ଼ା କିମି ପିଛା ୪ ପଇସା ବଢ଼ି ୧.୩୫ ଟଙ୍କା, ଏସି ଡିଲକ୍ସ ବସ୍ ଭଡ଼ା କିମି ପିଛା ୪ ପଇସା ବଢି ୧.୬୩ ଟଙ୍କା ହୋଇଥିବା ବେଳେ ସୁପର ପ୍ରିମିୟମ୍ ବସ ଭଡ଼ା ୬ ପଇସା ବଢି ୨.୫୩ ଟଙ୍କା ହୋଇଛି। ଆଜିଠାରୁ ଏହି ନୂଆ ଭଡ଼ା ଲାଗୁ କରାଯିବ ବୋଲି ଜଣାପଡ଼ିଛି । ଭଡ଼ା ବୃଦ୍ଧି ନେଇ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକଙ୍କ ସୂଚନା ଦେଇଛନ୍ତି।