ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ, ୧୫ ଆହତ ୩ ଗୁରୁତର

ଦାରିଙ୍ଗବାଡି : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୫ ଶିଶୁ ରହିଛନ୍ତି।

ସୂଚନାଅନୁସାରେ ବାଲିଗୁଡା ଡଲାବାଲି ଘାଟିରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ବସ୍‌ଟିର ନାମ ଓମ ଭବାନି। ବସରେ ୩୦ରୁ ଅଧିକ ଯାତ୍ରୀ ରହିଥିଲେ। ତେବେ ବସ୍‌ଟି ବାଲିଗୁଡାରୁ ବୁଡାଗୁଡା ଆସୁଥିବା ବେଳେ ଗଣ୍ଡମୁଣ୍ଡା ଘାଟିରେ ୧୫ ଫୁଟ ତଳକୁ ବସ୍‌ଟି ଖସି ପଡ଼ିଥିଲା। ଦୁର୍ଘଟଣା ପରେ ବସ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.