ଆବଶ୍ୟକ ପଡିବନି ସେଟ୍-ଟପ୍ ବକ୍ସ: ଗ୍ରାହକ ମାଗଣାରେ ଦେଖିବେ ୨୦୦ ଟିଭି ଚ୍ୟାନେଲ

ନୂଆଦିଲ୍ଲୀ: ସାରା ଦେଶରେ ଖୁବ୍ ଶୀଘ୍ର ଆରମ୍ଭ ହେଉଛି ୨୦୦ ରୁ ଅଧିକ ଫ୍ରି ଟୁ ଏୟାର ସାଟେଲାଇଟ୍। ଅର୍ଥାତ୍ ଏବେ ଆପଣ ସାଟେଲାଇଟ ଚ୍ୟାନେଲକୁ ବିନା ସେଟ୍ଅପ୍ ବକ୍ସରେ ଟିଭିରେ ଚଲାଇପାରିବେ। ଫ୍ରି ଟୁ ଏୟାର ଚ୍ୟାନେଲ ପାଇଁ ଗ୍ରାହକଙ୍କୁ ସେଟ-ଟପ ବକ୍ସ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ତେବେ ଆଗାମୀ ଦିନରେ ଆପଣଙ୍କୁ ଏହି ଚ୍ୟାନେଲ ଦେଖିବା ପାଇଁ ଆଉ ସେଟ୍-ଟପ୍ ବକ୍ସ କିଣିବାର ଆବଶ୍ୟକତା ପଡ଼ିବନି। କେନ୍ଦ୍ର ସରକାର ଏଥିପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି। ଗ୍ରାହକଙ୍କୁ ସେଟ୍-ଟପ୍ ବକ୍ସରୁ ମୁକ୍ତି ଦେବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯିବ।
ଏହି ପ୍ଲାନ ଅନୁଯାୟୀ, ଟିଭିରେ ପୂର୍ବରୁ ଇନ-ବିଲ୍ଟ ସାଟେଲାଇଟ ଟ୍ୟୁନର ଲାଗି କରିଆସିବ। ଏ ବାବଦରେ କେନ୍ଦ୍ରମନ୍ତ୍ରୀ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ଶ୍ରୀ ଠାକୁର କହିଛନ୍ତି ଯେ, ଏହି ଯୋଜନା ଲାଗୁହେଲେ ଗ୍ରାହକମାନେ ପାଖାପାଖି ୨୦୦ ଚ୍ୟାନେଲ ଫ୍ରି’ରେ ଦେଖିପାରିବେ। ତେବେ ସବୁଠାରୁ ବଡ଼ କଥା ହେଉଛି, ଏଥିପାଇଁ ସେମାନଙ୍କୁ କୌଣସି ପଇସା ଖର୍ଚ୍ଚ କରିବାକୁ ପଡ଼ିବନାହିଁ। ଦୂରଦର୍ଶନ ଫ୍ରି ଡିଶରେ ସାମାନ୍ୟ ମନୋରଞ୍ଜନ ଚ୍ୟାନେଲ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ୟୁଜର୍ସଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହି ଯୋଜନା ନେଇ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ଏହାଦ୍ୱାରା ଇନ-ବିଲ୍ଟ ଟ୍ୟୁନର ସହିତ ଟିଭିର ସେଲ୍ ବୃଦ୍ଧି ପାଇବ। ଦୂରଦର୍ଶନ ନିଜର ଚ୍ୟାନେଲଗୁଡ଼ିକୁ ଆନାଲଗ ଟ୍ରାନ୍ସମିଶନରୁ ଡିଜିଟାଲ ସାଟେଲାଇଟ ଟ୍ରାନ୍ସମିଶନକୁ ସ୍ୱିଚ କରୁଛି।