ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏଥର ବଜେଟରେ ଲୋକଙ୍କ ଆଶା ପୂରଣ ହେବ, ଦେଶର ବଜେଟ ଉପରେ ବିଶ୍ୱର ନଜର ରହିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ୍‌ ଅଧିବେଶନ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ୨୦୨୩-୨୪ ଆର୍ଥିକବର୍ଷର ବଜେଟ୍ ଉପସ୍ଥାପନ କରିବେ। ତେବେ ଆଜି ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହାପରେ ଆଜି ଉପସ୍ଥାପିତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ।

ତେବେ ଆଜି ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ସମ୍ବୋଧିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନରେ ପହଞ୍ଚି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି , ଆଜିଠୁ ବଜେଟ ଅଧିବେଶନ ଆରମ୍ଭ ହେଉଛି । ଅର୍ଥ ବୟବସ୍ଥାକୁ ନେଇ ସକରାତ୍ମକ ସନ୍ଦେଶ ମିଳୁଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶ ପାଇଁ ଗୌରବର ମୁହୂର୍ତ୍ତ । ଆଜି ନାରୀଙ୍କୁ ସମ୍ମାନ ଓ ଆଦିବାସୀଙ୍କୁ ସମ୍ମାନ କରିବାର ଦିନ । ରାଷ୍ଟ୍ରପତି ଭାବେ ପ୍ରଥମ ଅଭିଭାଷଣ ରଖିବେ ଦ୍ରୌପଦୀ ମୁର୍ମୁ । ବଜେଟରେ ଲୋକଙ୍କ ଆଶା ପୂରଣ ହେବ । ଖାଲି ସେତିକି ନୁହେଁ ଦେଶର ବଜେଟ ଉପରେ ବିଶ୍ୱର ନଜର ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ମୁଁ ଆଶା କରୁଛି ଅର୍ଥମନ୍ତ୍ରୀ ନିର୍ମଳା ଜୀ ସମସ୍ତ ଆଶା ପୂରଣ କରିବେ। ଆମର କେବଳ ଗୋଟିଏ ବିଚାର, ସର୍ବପ୍ରଥମେ ଦେଶବାସୀ। ବଜେଟ୍ ଅଧିବେଶନରେ ଝଗଡ଼ା ହେବ ଏବଂ ଆଲୋଚନା ମଧ୍ୟ ହେବ। ଗୃହର ପ୍ରତ୍ୟେକ ପ୍ରସଙ୍ଗରେ ବହୁତ ଭଲ ଆଲୋଚନା ହେବ। ସମସ୍ତ ସାଂସଦ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ଏହି ଅଧିବେଶନରେ ଅଂଶଗ୍ରହଣ କରିବେ। ଏହି ଅଧିବେଶନ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ସୂଚନାଯୋଗ୍ୟ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ମୋଦୀ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଏଣୁ ସରକାର ଏଥିରେ କେତେକ ଜନପ୍ରିୟ ସ୍କିମ ଘୋଷଣା କରିପାରନ୍ତି । ଅନ୍ୟପଟେ ଆଜି ଅର୍ଥନୈତିକ ସର୍ଭେରେ ଆମ ଦେଶର ଅର୍ଥନୀତିର ଏକ ଚିତ୍ର ପ୍ରଦାନ କରାଯିବ । ଏଥିରେ ଅର୍ଥନୀତିର ପ୍ରଦର୍ଶନ, ବିଭିନ୍ନ କ୍ଷେତ୍ରର ସ୍ଥିତି ଓ ପୂର୍ବାନୁମାନ, ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି, ସଫଳତା-ବିଫଳତା, ଅର୍ଥନୀତିର ପୂର୍ବାନୁମାନ ଆଦି ସଂପର୍କରେ ବର୍ଣ୍ଣନା ରହିବ।

Leave A Reply

Your email address will not be published.