ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉତ୍ତମ ଚିନ୍ତାଧାରା ନେଇ ଚଳିତ ଅଧିବେଶନରେ ଆଲୋଚନା କରନ୍ତୁ, ଯାହାକି ଦେଶର ପ୍ରଗତିରେ ସହାୟକ ହେବ- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ଏଥିପାଇଁ ସମସ୍ତ ସାଂସଦଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟ୍ ଅଧିବେଶନ ପୂର୍ବରୁ ସେ ତାପୂର୍ବରୁ ଗଣମାଧ୍ୟମ ସହ କଥା ହେବା ବେଳେ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ସବୁ ସାଂସଦ, ରାଜନୈତିକ ଦଳ ଉତ୍ତମ ଚିନ୍ତାଧାରା ନେଇ ଚଳିତ ଅଧିବେଶନରେ ଆଲୋଚନା କରନ୍ତୁ । ଯାହାକି ଦେଶର ପ୍ରଗତିରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବଜେଟ୍ ଅଧିବେଶନ ଉପରେ ନିର୍ବାଚନର କୌଣସି ପ୍ରଭାବ ପଡ଼ିବା ଉଚିତ ନୁହେଁ । ବର୍ତ୍ତମାନ ସାରା ବିଶ୍ୱରେ ଭାରତ ପାଇଁ ଅନେକ ସମ୍ଭବାନା ରହିଛି । ଚଳିତ ବଜେଟ୍ ଅଧିବେଶନ ଦେଶର ଆର୍ଥିକ ପ୍ରଗତି, ଟିକାକରଣ କାର୍ୟ୍ୟକ୍ରମ, ମେଡ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍ ବାବଦରେ ସାରା ବିଶ୍ୱରେ ଏକ ବିଶ୍ୱାସ ସୃଷ୍ଟି କରିବ ।

Leave A Reply

Your email address will not be published.