ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫେବୃଆରୀ ୨୧ରୁ ବିଧାନସଭାର ବଜେଟ ଅଧିବେଶନ, ୨୪ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍

ଭୁବନେଶ୍ବର: ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ।  ବିଧାନସଭାର ସୁପରିଚାଳନା ନେଇ ଆସନ୍ତା ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଧାନସଭା କିପରି ଚାଲିବ ସେ ନେଇ ଉଭୟ ଶାସକ ଓ ବିରୋଧୀ ଦଳ ନେତାଙ୍କଠୁ  ମତାମତ ନିଆଯିବ। ଏ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।  ଏହି ବଜେଟ ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିରେ ପୂର୍ଣ୍ଣାଙ୍ଗ ବଜେଟ ଆସିବା ସହ ଲମ୍ବା ସମୟ ଧରି ଚାଲିବ ଗୃହ ।

ସୂଚନା ଅନୁଯାୟୀ, ଏହା ଦୁଇଟି ପର୍ଯ୍ଯାୟରେ ଚାଲିବ ବଜେଟ ଅଧିବେଶନ। ଫେବୃଆରୀ ୨୧ରୁ ମାର୍ଚ୍ଚ ୨ ତାରିଖ ଯାଏ ପ୍ରଥମ ପର୍ଯ୍ଯାୟ ଚାଲିବ। ପୁଣି ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ଯାଏ ଦ୍ବିତୀୟ ପର୍ଯ୍ଯାୟ ଚାଲିବ। ଏହାରି ମଧ୍ୟରେ ଫେବୃଆରୀ ୨୪ରେ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ୍‌ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ ।

Leave A Reply

Your email address will not be published.