ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜେଟ୍‌ ୨୦୨୩-୨୪ : ଚାଷୀଙ୍କୁ ମିଳିବ ୨୦ ଲକ୍ଷ କୋଟି ଋଣ, ମିଲେଟ୍‌କୁ ପ୍ରୋତ୍ସାହନ ପାଇଁ ‘ଶ୍ରୀ ଅନ୍ନ’ ଯୋଜନା

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ସାଧାରଣ ବଜେଟ୍‌ ଉପସ୍ଥାପନ କରୁଛନ୍ତି। ବଜେଟ୍‌ ଉଦ୍‌ବୋଧନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଅମୃତ କାଳର ଏହା ପ୍ରଥମ ବଜେଟ । ଏହି ବଜେଟରେ ମହିଳା, ଚାଷୀ, ପଛୁଆବର୍ଗଙ୍କୁ ଧ୍ୟାନ ଦିଆଯାଇଛି । ଚଳିତ ବଜେଟ୍‌ରେ କୃଷିକ୍ଷେତ୍ର ଓ କୃଷକମାନଙ୍କୁ ଗୁରୁତ୍ବ ଦିଆଯାଇଛି। ଏଥର ସରକାର କୃଷି କ୍ଷେତ୍ର ପାଇଁ ଅନେକ ବଡ଼ ଘୋଷଣା କରିବା ସହ ଚଳିତ ବର୍ଷ ଚାଷୀଙ୍କୁ ୨୦ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଏହି ବଜେଟରେ ମହିଳା, ଯୁବ, ଚାଷୀଙ୍କୁ ଫୋକସ କରାଯାଇ କୃଷିକ୍ଷେତ୍ରରେ ଷ୍ଟାର୍ଟଅପକୁ ସୁଯୋଗ ଦିଆଯିବାକୁ ନେଇ ଘୋଷଣା କରାଯାଇଛି। କୃଷି ଷ୍ଟାର୍ଟଅପ୍ ଫୋକସ୍ କ୍ଷେତ୍ର ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିବ। ଆମ ଜନସଂଖ୍ୟାର ୬୫ ପ୍ରତିଶତରୁ ଅଧିକ ଗ୍ରାମାଞ୍ଚଳରେ ବାସ କରନ୍ତି ଏବଂ ପ୍ରାୟ ୪୫ ପ୍ରତିଶତ ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ। ଏଣୁ କୃଷିକୁ ଗୁରୁତ୍ବ ଦିଆଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ କୃଷି କ୍ଷେତ୍ର ପାଇଁ ଖୋଲା ଉତ୍ସ ଡିଜିଟାଲ ପବ୍ଲିକ ଇନଫ୍ରା, କୃଷି ଇନପୁଟ, ଋଣ, ବୀମା, ଫସଲ ସୁରକ୍ଷା, କୃଷି ତ୍ୱରାନ୍ୱିତ ପାଣ୍ଠି, କୃଷି ଷ୍ଟାର୍ଟଅପ୍ ଫୋକସ୍ କ୍ଷେତ୍ର ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିବ। ଉତ୍ପାଦନ କ୍ଷମତା ଏବଂ ଲାଭ ରୋଜଗାର କ୍ଷମତା ମଧ୍ୟ ବୃଦ୍ଧି ପାଇବ। କୃଷକ, ସରକାରୀ ଏବଂ ଶିଳ୍ପ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ। ଏଥିପାଇଁ ଏକ କୃଷି ତ୍ୱରାନ୍ୱିତ ପାଣ୍ଠି ସୃଷ୍ଟି ହେବ ଯାହା ଦ୍ବାରା କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍ ପ୍ରୋତ୍ସାହନ ହୋଇପାରିବ। ଏହା ସହିତ ଆଧୁନିକ ଜ୍ଞାନକୌଶଳ ମଧ୍ୟ ବୃଦ୍ଧି କରାଯିବ।

ମିଲେଟ୍‌କୁ ପ୍ରୋତ୍ସାହନ ପାଇଁ ‘ଶ୍ରୀ ଅନ୍ନ’ ଯୋଜନା

ମିଲେଟ୍‌କୁ ପ୍ରୋତ୍ସାହନ ପାଇଁ ନାମକରଣ ହୋଇଛି ‘ଶ୍ରୀଅନ୍ନ’ ଯୋଜନା । ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ-୧ ଥିବା ବେଳେ ରପ୍ତାନୀରେ ନମ୍ବର୨ରେ ରହିଛି। କୃଷି ଋଣ ଓ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟି ବ୍ୟବସ୍ଥା କରାଯାଇଛି ବୋଲି ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ମିଲେଟ୍‌ ଶସ୍ୟ ଚାଷ କୃଷକମାନେ ବୃଦ୍ଧି କରିଛନ୍ତି ଏବଂ ନାଗରିକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହକୁ ପ୍ରୋତ୍ସାହନ କରିବାରେ ସରକାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମିଲେଟ୍‌ ଉତ୍ପାଦନ ବୃଦ୍ଧି ପାଇଁ ସରକାର ସରକାରୀ ବେସରକାରୀ ଭାଗିଦାରୀକୁ ପ୍ରୋତ୍ସାହିତ କରିବ। ଏହା କୃଷକ, ସରକାରୀ ଏବଂ ଶିଳ୍ପକୁ ଏକତ୍ର କରିବାରେ ସାହାଯ୍ୟ କରିବ।

Leave A Reply

Your email address will not be published.