ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜେଟ୍ ୨୦୨୩-୨୪: ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ହେଲା ମହଙ୍ଗା ?

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହା ନିର୍ବାଚନ ବର୍ଷ ହୋଇଥିବାରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିବାକୁ ମୋଦୀ ସରକାର ଭରପୂର ଚେଷ୍ଟା କରିଛନ୍ତି। ଚଳିତ ବଜେଟରେ ସମସ୍ତ ବର୍ଗକୁ ଖୁସି କରିବା ଭଳି ଘୋଷଣାମାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆୟକର ଟିକସ ସ୍ଲାବରେ ହ୍ରାସ କରାଯିବା ସହ ଅନେକ ନୂଆ ଯୋଜନା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି।

ତେବେ ଏସବୁ ଭିତରେ ସାଧାରଣ ଲୋକମାନେ ବଜେଟକୁ ନେଇ ଏକ ପ୍ରଶ୍ନ ଉଠାନ୍ତିଯେ କଣ ଶସ୍ତା ହେଲା ଆଉ କଣ ମହାଙ୍ଗା ହେଲା। ତେବେ ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଅନୁସାରେ  ଟିଭି ପ୍ୟାନେଲର ଖୋଲା ସେଲ ଅଂଶ ଉପରେ କଷ୍ଟମ୍ସ ଶୁଳ୍କ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏଥି ସହିତ ରୋଷେଇ ଘରର ବୈଦ୍ୟୁତିକ ଚିମନୀ ଉପରେ କଷ୍ଟମ ଡ୍ୟୁଟି ୭.୫ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ସେ କହିଛନ୍ତି ଯେ ତମ୍ବା ସ୍କ୍ରାପ୍ ଉପରେ ସରକାର ୨.୫ ପ୍ରତିଶତକୁ ହ୍ରାସ କରିଛନ୍ତି।

ଶସ୍ତା ସାମଗ୍ରୀ

ଏଲଇଡି ଟିଭି

ମୋବାଇଲ ଫୋନ୍

ଖେଳଣା

କ୍ୟାମେରା ଲେନ୍ସ୍ର

ହୀରା ସାମଗ୍ରୀ

ବାୟୋଗ୍ୟାସ ଜନିତ ସାମଗ୍ରୀ

ଲିଥିୟମ୍ ସେଲ୍ସ
ଇଲେକ୍ଟ୍ରିକ ଗାଡି
ସାଇକେଲ
ବାୟୋଗ୍ୟାସ ସହ ଜଡିତ ସାମଗ୍ରୀ

ମହଙ୍ଗା ସାମଗ୍ରୀ

ସିଗାରେଟ୍
ବିଦେଶୀ କିଚେନ ଚିମନି
ସୁନା, ଚାନ୍ଦୀ ଏବଂ ପ୍ଲାଣ୍ଟିନମ୍

ଛତା

ରବର

Leave A Reply

Your email address will not be published.