ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜେଟ୍‌ ୨୦୨୨-୨୩ : ଜାଣନ୍ତୁ କ’ଣ ହେଲା ଶସ୍ତା ଏବଂ କ’ଣ ହେଲା ମହଙ୍ଗା

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ସମୟରେ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଏକ ସନ୍ତୁଳନ ବଜେଟ୍ ।ବଜେଟ୍ ଉପସ୍ଥାପନ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୀମା ଶୁଳ୍କ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି । ନିର୍ମଳାଙ୍କ ଘୋଷଣା ଏସବୁ ସମାଗ୍ରୀ ଦର ଉପରେ ପ୍ରଭାବ ପକାଇବ।

ବଜେଟ୍ ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଏବେ ଠାରୁ ଶସ୍ତା ଏବଂ ମହଙ୍ଗା କ’ଣ ହେବ ? ତେବେ ବଜେଟ ପରେ କୃଷିଜାତ ଦ୍ରବ୍ୟ ଶସ୍ତା ହେବ । ଏହା ବ୍ୟତୀତ ବଜେଟରେ କଟା ଏବଂ ପଲିସ୍ ହୋଇଥିବା ହୀରା ଉପରେ କଷ୍ଟମ୍ ଡ୍ୟୁଟି କଟାଯାଇଛି । ପଲିସ ହିରା ଉପରେ ଆମଦାନୀ ଶୁଳ୍କ ୫% କୁ ହ୍ରାସ ପାଇଛି । ଏହାସହ ଅନେକ ଜିନିଷ ଶସ୍ତା ହୋଇଥିବା ଆଉ କିଛି ଜିନିଷ ମହଙ୍ଗା ହୋଇଛି।

ଶସ୍ତା

– ମୋବାଇଲ୍ ଚାର୍ଜର ଶସ୍ତା ହେବ
– କୃଷିଜାତ ଦ୍ରବ୍ୟ ଶସ୍ତା ହେବ
– ହୀରା ଅଳଙ୍କାର ଶସ୍ତା ହେବ
–  ଜୋତା ଶସ୍ତା ହେବ
– ବିଦେଶରୁ ଆସୁଥିବା ଯନ୍ତ୍ରପାତି ଶସ୍ତା ହେବ
– ମୋବାଇଲ୍ ଫୋନ୍, ଚାର୍ଜର, କପଡା, ଚମଡା

ମହଙ୍ଗା

ଆମଦାନୀ ଶୁଳ୍କରେ ଛାଡକୁ ହଟାଇ ପୁଞ୍ଜି ସାମଗ୍ରୀ ଉପରେ ୭.୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରାଯାଇଛି। ଅନୁକରଣ ଅଳଙ୍କାର ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରାଯାଇଛି ଯାହା ଦ୍ବାରା ଏହାର ଆମଦାନୀ ହ୍ରାସ ହୋଇପାରିବ । ବିଦେଶୀ ଛତା ମଧ୍ୟ ମହଙ୍ଗା ହେବ। ବିଦେଶରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି ।

Leave A Reply

Your email address will not be published.