ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜେଟ୍‌ ୨୦୨୨-୨୩ : ଜାଣନ୍ତୁ ଏକ ଟଙ୍କାରେ ପୂରା ବଜେଟର ହିସାବ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ଅର୍ଥମନ୍ତ୍ରୀ ଯାହା ବ୍ୟୟବରାଦ କରିଛନ୍ତି ତାହା କେଉଁଠୁ ଆସିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ସେ ନେଇ ସମ୍ପୁର୍ଣ୍ଣ ତଥ୍ୟ ରଖିଛନ୍ତି। ଗତବର୍ଷ ତୁଳନାରେ ସରକାର ଏଥର ବଜେଟରେ ୧୪% ଅଧିକ ବ୍ୟୟବରାଦ କରିଛନ୍ତି। ତେବେ ମୋଟ ବଜେଟକୁ ଯଦି ଏକ ଟଙ୍କା ଭାବି ଆମେ ଏହି ହିସାବ କରିବା ତେବେ କେତେ ପଇସା କେଉଁ କ୍ଷେତ୍ରରୁ ଆସିବ ଓ କେତେ ପଇସା କେଉଁ କ୍ଷେତ୍ରରୁ ଯିବ ତାହା ଜାଣିପାରିବା।

କେଉଁ କ୍ଷେତ୍ରରୁ ଏକ ଟଙ୍କା ଆସିବ ?

  • ଋଣ ଓ ଅନ୍ୟାନ୍ୟ ଦେୟ-୩୫ ପଇସା
  • କର୍ପୋରେଟ୍‌ ଟିକସ-୧୫ ପଇସା
  • ଆୟକର-୧୫ ପଇସା
  • ସୀମାଶୁକ୍ଳ-୫ ପଇସା
  • ଜିଏସଟି -୧୬ ପଇସା
  • କେନ୍ଦ୍ରୀୟ ଅବକାରୀ ଟିକସ-୭ ପଇସା
  • ଅଣ ଟିକସ ରାଜସ୍ବ-୫ ପଇସା
  • ଅଣ ଋଣ ପୁଞ୍ଜି ରସିଦ-୨ ପଇସା

କେଉଁ କ୍ଷେତ୍ରରେ ଏକ ଟଙ୍କା ଖର୍ଚ୍ଚ ହେବ ?

  • ରାଜ୍ୟ ଟିକସ ଓ ଶୁକ୍ଳ ଭାଗ-୧୭ ପଇସା
  • ସୁଧ ପରିଶୋଧ-୨୦ ପଇସା
  • କେନ୍ଦ୍ରୀୟ ସ୍କିମ୍‌-୧୫ ପଇସା
  • ଅର୍ଥ ଆୟୋଗ ଓ ଅନ୍ୟାନ୍ୟ ବ୍ୟୟ-୧୦ ପଇସା
  • କେନ୍ଦ୍ର ପ୍ରୟୋଜିତ ସ୍କିମ୍‌-୯ ପଇସା
  • ପ୍ରତିରକ୍ଷା-୮ ପଇସା
  • ସବସିଡି-୮ ପଇସା
  • ପେନସନ-୪ ପଇସା
  • ଅନ୍ୟାନ୍ୟ ବ୍ୟୟ-୯ ପଇସା
Leave A Reply

Your email address will not be published.