ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଲିସ କବଜାରେ BSKY କାର୍ଡ ରାକେଟ; ହିତାଧିକାରୀଙ୍କୁ ପ୍ରଲୋଭିତ କରି ଠକୁଥିଲେ ଟଙ୍କା, ୫ ଅଟକ

କଟକ : ପୋଲିସ କବଜାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ରାକେଟ । ରାକେଟକୁ ଧରିଲା ବାୟାଳିଶ ମୌଜା ଥାନା ପୋଲିସ । ଦଲାଲ ସମେତ ହସ୍ପିଟାଲ ମାଲିକକୁ ମିଶାଇ ମୋଟ୍‌ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କଠାରୁ ଏକାଧିକ ବିଏସକେୱାଇ କାର୍ଡ ଜବତ କରାଯାଇଛି ।

ବିଏସକେୱାଇ ହିତାଧିକାରୀମାନଙ୍କୁ ପ୍ରଲୋଭିତ କରି ସେମାନଙ୍କଠାରୁ କାର୍ଡ ହାତେଇ ଲକ୍ଷାଧିକ ଟଙ୍କା ଠକୁଥିଲେ ଦଲାଲମାନେ । ଖୁବଶୀଘ୍ର ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.