ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

BSKY ଉପରେ ବଢୁଛି ଲୋକଙ୍କ ଆସ୍ଥା: ହିତାଧିକାରୀଙ୍କ ସଂଖ୍ୟାରେ ୪୧୩ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ବିଜୁ ସ୍ବାସ୍ଥ୍ୟ କାର୍ଡ ଚିକିତ୍ସା ସେବାରେ ସୃଷ୍ଟି କରିଛି ନୂଆ ଇତିହାସ। BSKY ଉପରେ ବଢ଼ିଛି ଲୋକଙ୍କ ଆସ୍ଥା । ଏନେଇ ବିଏସକେଓ୍ବାଇ ହିତାଧିକାରୀ ସଂଖ୍ୟାରେ ୪୧୩ପ୍ରତିଶତ ବୃଦ୍ଧି ହୋଇଛି । ଆଗକୁ ଏହା ଅଧିକ ବଢ଼ିବା ନେଇ ଆଶା ରହିଛି। ଏକ ଆନ୍ତରୀଣ ସମୀକ୍ଷା ବେଳେ ଏହି ତଥ୍ୟ ମିଳିଥିବା କହିଛନ୍ତି ଷ୍ଟେଟ ହେଲ୍ଥ ଆସୁରାନ୍ସ ସୋସାଇଟି ଡକ୍ଟର ବୃନ୍ଦା ଡି । ୨୦୨୧ରେ ୧.୨୬ ଲକ୍ଷ ରୋଗୀ ବିଭିନ୍ନ ଘରୋଇ ହସ୍ପିଟାଲରେ BSKY  କାର୍ଡ ଜରିଆରେ ଚିକିତ୍ସା ସୁବିଧା ପାଇଥିଲେ ।

୨୦୨୨ରେ ମଧ୍ୟ ୬.୪୫ଲକ୍ଷ ରୋଗୀ ପାଇଛନ୍ତି ଚିକିତ୍ସା ସୁବିଧା । ଯାହାକି ପୂର୍ବ ବର୍ଷଠାରୁ ରେକର୍ଡ ୪୧୩ ପ୍ରତିଶତ ଅଧିକ ରହିଛି । ୨୦୨୧ରେ ଚିକିତ୍ସା ବାବଦକୁ ୨୨୪.୮୭କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର । ୨୦୨୨ରେ ସରକାର ୧୪୫୬.୪୨କୋଟି ଟଙ୍କା ଦେଇଛନ୍ତି । ରୋଗୀଙ୍କ ଆବଶ୍ୟକତା ଅନୁଯାଇ ଚିକିତ୍ସା ଯୋଗାଇବା ମେଡିକାଲ ସଂଖ୍ୟା ୧୮୭ରୁ ୫୫୪କୁ ବୃଦ୍ଧି ପାଇଛି ବୋଲି ଡକ୍ଟର ବୃନ୍ଦା ଡି କହିଛନ୍ତି ।

Leave A Reply

Your email address will not be published.