ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିଲା ପକିସ୍ତାନର ଡ୍ରୋନ୍‌, ଉଡ଼ାଇ ଦେଲା ବିଏସଏଫ

ନୂଆଦିଲ୍ଲୀ : ନିଜର ଘୃଣ୍ୟ କାମରୁ ନିବୃତ ରହୁନି ପାକିସ୍ତାନ। ଗତ ୩ ଦିନ ତଳେ  ଜାମ୍ମୁ ଓ କଶ୍ମୀର ସାମ୍ବା ସେକ୍ଟରରେ ଏକ ସୁଡ଼ଙ୍ଗ ଠାବ ହେବା ପରେ ଆଜି ପୁଣି ପକିସ୍ତାନ ଡ୍ରୋନ୍‌ର ଅନୁପ୍ରବେଶ ଉଦ୍ୟମ କରିଛି । ଶନିବାର ସନ୍ଧ୍ୟା ୭.୨୫ ସମୟରେ ଜାମ୍ମୁର ଆର୍ନିଆ ସେକ୍ଟରରେ ଡ୍ରୋନ୍ ଗତିବିଧି ଦେଖିବାକୁ ମିଳିଥିଲା ​​।ଯାହା ଭାରତ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିଲା। ଏହା ଦେଖିବା ପରେ ବିଏସଏଫ ପକ୍ଷରୁ ଗୁଳିମାଡ କରାଯାଇଥିଲା। ଯବାନଙ୍କ ୬ ରାଉଣ୍ଡ ଗୁଳିମାଡ ପରେ  ଡ୍ରୋନଟି ପାକିସ୍ତାନ ଅଭିମୁଖେ ଫେରିଯାଇଥିଲା। ଡ୍ରୋନ ଫେରିଯିବା ପରେ ବିଏସ୍ଏଫ୍ କର୍ମଚାରୀମାନେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରୁଛନ୍ତି।

୨୨ ଏପ୍ରିଲରେ, ଜାମ୍ମୁର ସଞ୍ଜୱାନ ଅଞ୍ଚଳରେ ଏକ ଏନକାଉଣ୍ଟରରେ ଦୁଇଜଣ ଜୈସ-ଏ-ମହମ୍ମଦ  ଆତଙ୍କବାଦୀ ନିହତ ହୋଇଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ ତାଙ୍କୁ ସାମ୍ବାର ସୋପୋୱାଲ ଅଞ୍ଚଳରୁ ଏକ ମିନି ଟ୍ରକରେ ଦୁଇ ଆତଙ୍କବାଦୀଭାରତରେ ଅନୁପ୍ରବେଶ କରିଥିଲେ। ନିରାପତ୍ତା ରକ୍ଷୀଙ୍କ ଗୁଳିରେ ଜୈସ-ଏ-ମହମ୍ମଦ ସଂଗଠନର ଦୁଇ ଆତଙ୍କବାଦୀ ପ୍ରାଣ ହରାଇବାର ପ୍ରାୟ ୧୪ ଦିନ ପରେ ସାମ୍ବା ସେକ୍ଟରରୁ ଏହି ସୁଡ଼ଙ୍ଗ ଠାବ ହୋଇଛି।ସୁଡ଼ଙ୍ଗ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି ଏବଂ ଏହା କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହାର ସନ୍ଧାନ କାର୍ଯ୍ୟ ଜାରି ରହିଛି । ସୀମାନ୍ତରେ ଥିବା ଚକ୍ ଫକିରା ଚେକ୍ ପୋଷ୍ଟଠାରୁ ୩୦୦ ମିଟର ଦୂର ତଥା ଭାରତୀୟ ଗ୍ରାମଠାରୁ ମାତ୍ର ୭୦୦ ମିଟର ଦୂରରେ ଠାବ ହୋଇଥିଲା ଏହି ସୁଡ଼ଙ୍ଗ।

Leave A Reply

Your email address will not be published.