ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧଳାଜହର କାରବାର ବେଳେ ମାଡିବସିଲା ଏସଟିଏଫ; ପ୍ରାୟ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

ବାଙ୍କୀ: କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସକୁ ବଡ଼ ସଫଳତା । ଧଳାଜହର କାରବାର ବେଳେ ମାଡିବସିଲା ଏସଟିଏଫ ଟିମ । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ବ୍ରାଉନସୁଗର କାରବାର ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ଏସଟିଏଫ । ସେମାନେ ହେଲେ ଅନୁଗୁଳ ଛେଣ୍ଡିପଦାର ଜୁମେଶ କୁମାର ସାହୁ ଓ ଆଠଗଡ ର ହେମନ୍ତ କୁମାର ପ୍ରଧାନ । ସେମାନଙ୍କ ଠାରୁ ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା । ସେମାନଙ୍କ ନିକଟରୁ ଏକ ସାନଟରୋ କାର ମଧ୍ୟ ଜବତ କରାଯାଇଛି। ଏସଟିଏଫ କେସ ନମ୍ବର ୨୯ ରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ମୁତାବକ ୨୦୨୦ ରୁ ଆଜି ମଧ୍ୟରେ ୬୫ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଓ ହେରୋଇନ, ୨୦୨ ଗ୍ରାମ କୋକେନ ଏବଂ ୧୧୧ କୁଇଣ୍ଟାଲ ରୁ ଅଧିକ ଗଂଜେଇ ଓ ଭାଙ୍ଗ ଜବତ କରିଛି । ନିଶା କାରବାରରେ ସମ୍ପୃକ୍ତ ଥିବା ୧୬୫ ନିଶାମାଫିଆଙ୍କୁ ଗିରଫ କରିଛି ସ୍ପେଶାଲ ଟାସ୍କଫୋର୍ସ ।

Leave A Reply

Your email address will not be published.