ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଜବତ ହେଲା ବ୍ରାଉନସୁଗର, ମହିଳାଙ୍କ ସମେତ ୩ ଗିରଫ

ଭଦ୍ରକ: ପୁଣି ଜବତ ହେଲା ବ୍ରାଉନସୁଗର । ବାଲେଶ୍ୱରରୁ ଚାଲାଣ ବେଳେ ପୁଲିସ ଦ୍ବାରା ଜବତ ହେଲା ୩୧୬ ଗ୍ରାମର ବ୍ରାଉନସୁଗର । ତେବେ ବ୍ରାଉନସୁଗର ଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ । ତେବେ ଗିରଫ ତିନି ଜଣ ହେଲେ ଗ୍ରାମାଞ୍ଚଳ ଥାନା ବଉଳପୋଖରୀ ଗାଁର କପିଳା ମଲ୍ଲିକ ଓ ଧନିଆ । ଗିରଫ ମହିଳା ଯାଜପୁର ଜିଲ୍ଲା ଟୁନି ନାୟକ । ସେମାନଙ୍କ ଠାରୁ ଏକ ବାଇକ ଓ ୩ ଟି ମୋବାଇଲ ମଧ୍ୟ ଜବତ ହୋଇଛି ।

ସୂଚନା ଅନୁଯାୟୀ, ଭଦ୍ରକ ବଉଳପୋଖରୀ ଗାଁର ଦୁଇ ଜଣ ଯୁବକଙ୍କ ସହ ଜଣେ ମହିଳା ବାଇକ ଯୋଗେ ବାଲେଶ୍ୱରରୁ ବ୍ରାଉନସୁଗର ନେଇ ଭଦ୍ରକ ଆସୁଥିବା ବେଳେ ଯାଞ୍ଚ କରିଥିଲା ପୁଲିସ । ଯାଞ୍ଚ ସମୟରେ ତାଙ୍କଠାରୁ ୩୧୬ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଅଧିକ ହେବ ।

 

Leave A Reply

Your email address will not be published.