ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀ ଉପକଣ୍ଠରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସକୁ ବଡ ସଫଳତା । ଧରାପଡିଲେ ବ୍ରାଉନସୁଗାର ବେପାରୀ। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରୁ ୪୦୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଡ୍ରଗ୍ସ କାରବାର ପୁଲିସ ପାଇଁ ଗୋଟେ ବଡ଼ ଚ୍ୟାଲେଞ୍ଜ ହୋଇଛି । ବିଶେଷକରି ପାର୍ବଣକୁ ଆଖି ଆଗରେ ରଖି ରାଜଧାନୀରେ ନିଶା ବିରୋଧୀ ଅଭିଯାନକୁ ଜୋରଦାର କରିଛି କମିଶନରେଟ ପୋଲିସ । ସେଇଥିପାଇଁ ଆରମ୍ଭ ହୋଇଛି ଅପରେସନ ହ୍ୱାଇଟ ସ୍ପାଇଡ଼ର। ପରିବାର ଲୋକଙ୍କୁ ପୋଲିସ କମିସନରଙ୍କ ନିର୍ଦ୍ଦେଶ ଦେଇଛନ୍ତି ନିଜ ଛୁଆମାନେ ଯଦି ନିଶା ଖାଉଛନ୍ତି ତେବେ ପୋଲିସକୁ ଖବର ଦିଅନ୍ତୁ ।

Leave A Reply

Your email address will not be published.