ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

STF କୁ ବଡ ସଫଳତା: କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ୍ ସୁଗର ଜବତ, ୩ ଗିରଫ

ଖୋର୍ଦ୍ଧା: ଏସଟିଏଫ ମିଳିଛି ବଡ ସଫଳତା । ପୁଣି ଏସଟିଏଫ ପଞ୍ଝାରେ ୩ ବ୍ରାଉନସୁଗାର ବେପାରୀ । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆରୁ ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍) ୧କେଜି ୪୨ ଗ୍ରାମ ବ୍ରାଉନ ସୁଗର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଘଟଣାରେ ୩ ଜଣ ଡ୍ରଗ ମାଫିଆଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ରଞ୍ଜନ କୁମାର ପାଟଶାଣୀ ଓରଫ ନାଲୁ, ଲକ୍ଷ୍ମୀଧର ସ୍ୱାଇଁ ଓରଫ କାଲୁ ଓ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଅମରେନ୍ଦ୍ର ମହାପାତ୍ର ଓରଫ ଦୀପୁ। ଗୁଇନ୍ଦା ସୂଚନା ପାଇ ଗତକାଲି ରାତିରେ ଏସ୍‌ଟିଏଫ୍ ପକ୍ଷରୁ ଦଧିମାଛଗାଡ଼ିଆରେ ଚଢ଼ାଉ କରାଯାଇଥିଲା।

Leave A Reply

Your email address will not be published.