ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା ଲଷ୍ମୀସାଗର ପୋଲିସ, ୨ ଗିରଫ

ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରୁ ଜବତ ହେଲା ବ୍ରାଉନସୁଗାର । ଧଳାଜହର କାରବାରର ହବ୍ କୁହାଯାଉଥିବା ହଳଦିପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ କରିଛି ଲଷ୍ମୀସାଗର ପୋଲିସ । ୫୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ । ୨ ଜଣକୁ ଗିରଫ କରିଛି ଲଷ୍ମୀସାଗର ଥାନା ପୋଲିସ । ଫୋନ୍ ଯୋଗେ ଡିଲ ପରେ ବିକ୍ରି କରିବାକୁ ଜଗିଥିଲେ ୨ ବେପାରୀ । ଆଉ ଠିକ୍ ସେହି ସମୟରେ ଖବର ପାଇଁ ଚଢ଼ାଉ କରିଥିଲା ପୋଲିସ । ଘଟଣାସ୍ଥଳରୁ ଗୋଟିଏ ମୋଟର ସାଇକେଲ ଓ ୨ ଟି ମୋବାଇଲ ଫୋନ୍ ଜବତ । ଦୁଇ ଅଭିଯୁକ୍ତ ଡମ୍ୱରୁ ଧଳ ବିଶ୍ୱାଳ ଓ ଶେଖ ୟାସୀନ୍‌ଙ୍କୁ କାବୁ କରିଛି ପୋଲିସ ।

Leave A Reply

Your email address will not be published.