ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ୪ଟି ମୋବାଇଲ ଓ ୨ ଟି ବାଇକ ଜବତ, ୨ ଗିରଫ

ବାଲିଅନ୍ତା: ବାଲିଅନ୍ତା ଅଂଚଳରେ ଦିନକୁ ଦିନ ଚୋରି ଡକାୟତି ବଢ଼ୁଥିବା ବେଳେ ନିଶା କାରବାର ମଧ୍ଯ ବୃଦ୍ଧି ପାଇବାରେ ଲାଗିଛି । ତେବେ ବାଲିଅନ୍ତା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ଅଚାନକ ଚଢ଼ାଉ କରି ବାଲିଅନ୍ତା ଅଟଳାଗଡା ନିକଟରୁ ୨ ଜଣ ଧଳା ଜହର ବେପାରୀଙ୍କୁ ଅଟକାଇ ତାଙ୍କ ଠାରୁ ୨ ଶହ ପଚିଶ ଗ୍ରାମ ଓଜନର ଧଳା ଜହର ଜବତ କରିବା ସହ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି । ଜବତ ଧଳା ଜହରର ଆନୁମାନିକ ମୁଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ଗିରଫ ଦୁଇ ବେପାରୀ ହେଲେ ବାଲେଶ୍ୱର ସୋର ଅଂଚଳର ସେକ ଜାମସେଦ ଏବଂ ପାହାଳ ଫାଣ୍ଡି ଜଗନ୍ନାଥପୁରର ବାପି ନାୟକ । ଅଭିଯୁକ୍ତ ଙ୍କ ନିକଟରୁ ବ୍ରାଉନ ସୁଗାର ଜବତ କରିବା ସହ ତାଙ୍କ ନିକଟରୁ ୪ଟି ମୋବାଇଲ ୪୮ ହଜାର ଟଙ୍କା ୨ ଟି ବାଇକ ଜବତ କରି କେଶ ନମ୍ବର 194/21ରେ ଏକ ମାମଲା ରୁଜୁ ହୋଇଛି । ତେବେ ସୂଚନା ଥାଉକି ଭୁବନେଶ୍ୱର ସ୍ଥିତ ହଳଦୀପଡ଼ିଆରେ ସେକ ଜାମସେଦ ରହୁଥିବା ବେଳେ ସେଠାରୁ ଧଳା ଜହର ଆଣି ଜଗନ୍ନାଥପୁର ର ବାପି ନାୟକ ସହ ମିଶି ଦୀର୍ଘଦିନ ହେବ ବାଲିଅନ୍ତା ଅଞ୍ଚଳରେ ବ୍ୟବସାୟୀ ଚଳାଇଥିଲେ ।

Leave A Reply

Your email address will not be published.