ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୋର୍ଦ୍ଧାରୁ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ୩ଗିରଫ

ଭୁବନେଶ୍ବର: ଏସଟିଏଫ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା । ଖୋର୍ଦ୍ଧା ବସଷ୍ଟାଣ୍ଡ ନିକଟକରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି ଏସଟିଏଫ। ଜବତ ବ୍ରାଉନସୁଗର ୧କେଜି ୨୬୫ ଗ୍ରାମ ହୋଇଥିବା ବେଳେ  ଆନୁମାନିକ ମୂଲ୍ଯ ୧ କୋଟି ୩୦ ଲକ୍ଷ ହେବ ବୋଲି ଜଣାପଡ଼ିଛି। ଏହି ବ୍ରାଉନସୁଗର କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ । ୩ ଅଭିଯୁକ୍ତ ହେଲେ କଟକର ଅଫତାବ୍‌, ଭଦ୍ରକର ମୁନ୍ନା ଓ ଖୋର୍ଦ୍ଧା ଜିଲ୍ଲାର ସୌରଭ ପଟ୍ଟନାୟକ ।

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟାରେ ଏହି ବ୍ରାଉନସୁଗାର ଜବତ ହୋଇଥିବା ନେଇ ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ଏସଟିଏଫ ଓ  କମିଶନରେଟ ପୁଲିସକୁ ମଧ୍ଯ ପୁଲିସ ଡିଜି ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୦ ପରଠାରୁ ଏସଟିଏଫ ନିଶାଦ୍ରବ୍ୟ କାରବାର ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଜାରି ରଖି ଏପର୍ଯ୍ଯନ୍ତ ମୋଟ ୩୬ କିଲୋଗ୍ରାମ ବ୍ରାଉନସୁଗର / ହେରୋଇନ ଏବଂ ୭୪ କ୍ୱିଣ୍ଟାଲ ୩୮ କିଲୋଗ୍ରାମ ଗଞ୍ଜେଇ ଜବତ କରିସାରିଛି। ଏହି ଘଟଣାରେ ୧୦୦ରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.