ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

ଭୁବନେଶ୍ୱର: ଦିନକୁ ଦିନ ବ୍ରାଉନସୁଗର କାରବାର ବଢିବାରେ ଲାଗିଛି। ରାଜଧାନୀରୁ ପୁଣି ଆଜି ଜବତ ହୋଇଛି ବ୍ରାଉନସୁଗର। ଜବତ ବ୍ରାଉନସୁଗରର ମୂଲ୍ଯ କୋଟିଏରୁ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡ଼ିଛି। ରସୁଲଗଡ଼ ନିକଟରେ ଚଢ଼ାଉ କରି ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଅଞ୍ଚଳର ୨ ଜଣ ବେପାରୀ ଗିରଫ ହୋଇଛନ୍ତି । ସେମାନଙ୍କ ପାଖରୁ ୧କିଲୋ ୨୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାକିବୁଲ ଲସ୍କର, ସୁଧନ୍ୟ ଗାୟନ ।  ଏସଟିଏଫ୍ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.