ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଲେଶ୍ୱରରୁ ୧ କେଜି ୩୬୦ ଗ୍ରାମ୍ ବ୍ରାଉନସୁଗର ଜବତ କଲା STF ଟିମ, ୨ ଗିରଫ

ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF)କୁ ମିଳିଛି ବଡ଼ ସଫଳତା । ବାଲେଶ୍ୱରର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ରେଡ୍ ବେଳେ ପୋଲିସ ୧ କେଜି ୩୬୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି । ଚୋରା ବାଇକରେ ବ୍ରାଉନସୁଗର ଚାଲାଣ ବେଳେ ଏସଟିଏଫ୍ ହାତରେ ଧରା ପଡ଼ିଛନ୍ତି ୨ ଜଣ ନିଶା ମାଫିଆ । ଦୁଇ ଜଣଙ୍କୁ ଗିରଫ କରିବା ସହିତ ଏକ ନମ୍ବର ବିହୀନ ବାଇକକୁ ଜବତ କରିଛି ଏସଟିଏଫ୍ ।

ବ୍ରାଉନସୁଗର ବ୍ୟବସାୟ କରୁଥିବା ଅରଡ଼ବଜାରର ମାନସ ମୁଖୀ ଏବଂ ହରିପୁରର କମଳାକାନ୍ତ ଦାସଙ୍କୁ ଏସଟିଏଫ୍ ଗିରଫ କରିଛି । ସେମାନଙ୍କ ଠାରୁ ଅନ୍ୟ ଅପରାଧିକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଉଭୟଙ୍କୁ ଏସଟିଏଫ୍ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରିବ । ଧରାପଡ଼ିଥିବା ଦୁଇ ଅଭିଯୁକ୍ତ ଅନ୍ୟ ଅପରାଧିକ କାର୍ଯ୍ୟ କଳାପରେ ଜଡ଼ିଥିବା ଥିବା ଜଣାପଡ଼ିଛି । ତାର ତଦନ୍ତ ଚାଲିଛି ।

୨୦୨୦ରୁ ଏଯାବତ୍ ଏସଟିଏଫ୍ ୩୦ କେଜିରୁ ଅଧିକ ବ୍ରାଉନସୁଗର ଏବଂ ହେରୋଇନ୍ ସହ ୬୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ ୧୦୦ରୁ ଅଧିକ ମାଫିଆଙ୍କୁ ଗିରଫ କରିଛି ।

Leave A Reply

Your email address will not be published.