ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୦୨ ଗ୍ରାମ ବ୍ରାଉନସୁଗାର ଜବତ, ୨ ମହିଳା ଗିରଫ

ନୟାଗଡ଼: ନୟାଗଡ଼ ଟାଉନଥାନା ପୁଲିସ ୧୦୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ୨ ଜଣ ହେଲେ ସଦରଥାନା ଅନ୍ତର୍ଗତ ବାଲୁଗାଁର ନୁରି ବେଗମ୍ ଓ ଖୁରୀ ବେଗମ୍। ନୟାଗଡ଼ ରେଳରାସ୍ତା ନିକଟରୁ ମହିଳା ଦୁଇ ଜଣ ଧରାପଡ଼ିଥିବା ଜଣାଯାଇଛି। ବ୍ରାଉନସୁଗାର ବେପାରୀ ଏହି ୨ ମହିଳାଙ୍କୁ ବ୍ରାଉନସୁଗାର ଦେବାକୁ ସେଠାକୁ ଆସିଥିବା ବେଳେ ପୁଲିସ ଖବରପାଇଥିଲା। ନୟାଗଡ଼ ଟାଉନଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ଏବଂ ତାଙ୍କ ଟିମ୍ ଚଢ଼ାଉ କରିଥିଲେ। ବାହାରୁ ଆସିଥିବା ବେପାରୀ ଖସି ଯିବାକୁ ସକ୍ଷମ ହୋଇଥିବା ବେଳେ ମହିଳା ଦୁଇ ଜଣ ଧରାପଡ଼ିଥିଲେ। ସେମାନଙ୍କଠାରୁ ୫୧ ଗ୍ରାମ ଲେଖାଏଁ ବ୍ରାଉନସୁଗାର ଜବତ ହୋଇଥିବା ଟାଉନଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି।

Leave A Reply

Your email address will not be published.