ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଳେଶ୍ବରରେ ପୁଣି ଜବତ ହେଲା ୨୮ ଲକ୍ଷ ଟଙ୍କାର ବ୍ରାଉନସୁଗର , ୨ଗିରଫ

ଜଳେଶ୍ବର: ଜଳେଶ୍ବର ପୋଲିସ ଦ୍ଵାରା ଜଳେଶ୍ୱର ରାଜପୁର ନଦୀ ବନ୍ଧ ଅଞ୍ଚଳରୁ  ୨୮୦ ଗ୍ରାମ ବ୍ରାଉନ ସୁଗର ଜବତ  କରିବା ସହ ଦୁଇ ବ୍ରାଉନସୁଗର  ବେପାରୀଙ୍କୁ ଗିରଫ କରିଛି।  ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୮ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି। ଅଟକ ଦୁଇ ଜଣ ହେଲେ ସମୀର ଖାଁ ଓ ଶେଖ ଆଇମତ।

ସୂଚନା ଅନୁଯାୟୀ, ଗତ କାଲି କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଆଇଆଇସି ପ୍ରଜ୍ଞା ମହାନ୍ତି ସଦଳବଳେ  ବିଳମ୍ବିତ ରାତିରେ ଜଳେଶ୍ୱର ଝାଡ଼େଶ୍ୱର ପୁର ଓ ରାଜପୁର ନଦୀ ବନ୍ଧ ଅଞ୍ଚଳରେ ଚଢ଼ାଉ କରି ରାଜପୁର ନଦୀ ବନ୍ଧ ଅଞ୍ଚଳରେ ବ୍ରାଉନସୁଗର ନେଣଦେଣ ଚାଲିଥିଲା ବେଳେ ଦୁଇ ବ୍ରାଉନସୁଗର ବ୍ୟବସାୟୀକୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୨୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି। ପୋଲିସ ସେ ଦୁଇ ଜଣଙ୍କୁ  ୨୯୭/୨୧ ନମ୍ବର କେଶ ମୁଳେ ଗିରଫ କରି ଅଧିକ ତଥ୍ୟ ପାଇଁ ପଚରା ଉଚରା କରୁଛି। ତେବେ ଆଇଆଇସି ପ୍ରା ପ୍ରଜ୍ଞା ମହାନ୍ତି  ଜଳେଶ୍ବର ଥାନାର କାର୍ଯ୍ୟଭାର ନେବାର ଏକ ମାସ ମଧ୍ୟରେ ଦୁଇ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଯବତ କରିବା ସହିତ ପାଞ୍ଚ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ବ୍ୟବସାୟୀ ଥିଲାବେଳେ ତିନି ଜଣ ପୁରୁଷ ରହିଛନ୍ତି। ଆଇଆଇସିଙ୍କ  ସିଂହମ ଷ୍ଟାଇଲ ଦେଖି ବ୍ରାଉନ ସୁଗାର ବେପାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଆଗକୁ ଜଳେଶ୍ବର ଅଂଚଳରୁ ବ୍ରାଉନ ସୁଗାର ବେପାର ସମ୍ପୂର୍ଣ୍ଣ ମୂଳଉତ୍ପାଟନ କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଜଳେଶ୍ୱର ଆଇଆଇସି ପ୍ରେମପ୍ରଜ୍ଞା ମହାନ୍ତି।

Leave A Reply

Your email address will not be published.