ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭଦ୍ରକ: ବ୍ରାଉନସୁଗର ଜବତ, ୨ଗିରଫ

ଭଦ୍ରକ: ଭଦ୍ରକ ପୁରୁଣାବଜାର ପୁଲିସ  ୧୨୨ ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ୨ ଜଣ ବେପାରୀରୁ ଗିରଫ କରିଛି। ପୁରୁଣା ବଜାର ପୁଲିସ ପକ୍ଷରୁ ଚେକିଂ ସମୟରେ ଭଦ୍ରକ – ଚାନ୍ଦବାଲି ରାସ୍ତାର ସରକାର ନଗର ନିକଟରୁ ଉକ୍ତ ବ୍ରାଉନସୁଗର ବେପାରୀମାନେ ଧରାପଡ଼ିଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ପୁଡ଼ିଆ ବନାଉଥିବା କାଗଜ ଓ ବାକ୍ସ ଛୁରୀ ଜବତ ହୋଇଛି। ୨ ଜଣ ଗିରଫ ହୋଇଥିବା ବେପାରୀ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ଚେଙ୍ଗଗଢ଼ିଆ ଗାଁର ଅଜୟ କୁମାର ପଢ଼ିଆରୀ ଓ ବରପଦା ଆରଂଜି ଗାଁର କାଳନ୍ଦୀ ବେହେରା। ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି।

Leave A Reply

Your email address will not be published.